ରାୟଗଡ଼ା, 28/01/2026, ଉତ୍କଳ voice news - utkalvoicenews.com( ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) :

27.01.2026 ରାୟଗଡ଼ ଜିଲ୍ଲାର ସାଇପ୍ରିୟା ନଗର ମଝିଘରିଣୀ ମଣ୍ଡପ ଠାରେ ରାୟଗଡ଼ ଜିଲ୍ଲାର ଅରକ୍ଷୀ ଅଧୀକ୍ଷକ ମହୋଦୟା ସ୍ଵାଥୀ.ଏସ. କୁମାର ଙ୍କ ନେତୃତ୍ୱ ରେ ଆମ ପୋଲିସ ସମିତି ର ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା.ଏହି କାର୍ଯ୍ୟ କ୍ରମରେ ରାୟଗଡ଼ ଜିଲ୍ଲା ସଦର ମହକମ ର ଉପ ଆରକ୍ଷୀ ଅଧିକ୍ଷକ,ଥାନା ଅଧିକାରୀ ମୋଟର ଯାନ ନିରୀକ୍ଷକ ଙ୍କ ସହ ସାଇପ୍ରିୟା ନଗରବାସି ଓ ସାଇପ୍ରିୟା ୱାକର୍ସ କ୍ଲବ ବହୁ ସଦସ୍ୟ ଯୋଗଦାନ କରିଥିଲେ. ସାଇପ୍ରିୟା କ୍ଲବର ସଦସ୍ୟ ବୃନ୍ଦ ୱାକର. ସୁବାଷ ବେହେରା (ପ୍ରତିଷ୍ଠାତା ଓ ଉପଦେଷ୍ଟା), ୱାକର. ଜୟ କୃଷ୍ଣ ପ୍ରଧାନ (ସଭାପତି)ଙ୍କ ଗହଣ ରେ ଯାଇ ଫୁଲ ତୋଡ଼ା ଦେଇ ଆରକ୍ଷୀ ଅଧିକ୍ଷକ ମହୋଦୟା ଙ୍କୁ ସ୍ୱାଗତ କରିଥିଲେ. ସାଇବର ଅପରାଧ ବିଭାଗ ନିରୀକ୍ଷକ, ପୋଲିସ ନିରୀକ୍ଷକ ଏବଂ ସାଧାରଣ ପୋଲିସ ବିଭାଗ ଦ୍ୱାରା ନାଗରିକ ଙ୍କୁ ବିଭିନ୍ନ ଅପରାଧ ବାବଦରେ ସତର୍କ କରିବା ସହ ସଚେତନ କରାଇଥିଲେ. ଜିଲ୍ଲା ଆରକ୍ଷୀ ଅଧିକ୍ଷକ ମହୋଦୟା ସାଧାରଣ ଜନତାଙ୍କୁ ପୋଲିସ ବିଭାଗ ସହ ଭାଗିଦାରୀ ର ମହତ୍ୱ ବୁଝାଇବା ସହ ଉତ୍ତମ କାର୍ଯ୍ୟ ପାଇଁ କର୍ତ୍ତବ୍ୟ ନିଷ୍ଟ ପୋଲିସ ଅଧିକାରୀ ମାନଙ୍କୁ ତଥା ସଡ଼କ ଦୁର୍ଘଟଣା ରେ ଉତ୍ତମ କାର୍ଯ୍ୟ କରିଥିବା ବ୍ୟକ୍ତିଙ୍କୁ ପ୍ରଶଂସା କରିବା ସହ ପୁରସ୍କୃତ କରିଥିଲେ. ତା ପରେ ଜନସାଧାରଣ ଙ୍କ ଅଭିଯୋଗ ର ଶୁଣାଣି କରିଥିଲେ. ଅଭିଯୋଗ ଶୁଣାଣି ବେଳେ ସାଇପ୍ରିୟା ୱାକର୍ସ କ୍ଲବ ତରଫରୁ ସାଇପ୍ରିୟା ନଗରର ମୌଳିକ ଅସୁବିଧା ସମ୍ବଳିତ ଏକ ଅଭିଯୋଗ ପତ୍ର ଅରକ୍ଷୀ ଅଧିକ୍ଷକ ମହୋଦୟା ଙ୍କୁ ହସ୍ତାନ୍ତର କରାଯାଇଥିଲା. ସେଥିମଧ୍ୟରୁ ସାଇପ୍ରିୟା ନଗରରେ ଏକ ପୋଲିସ ଫାଣ୍ଡି ର ନିର୍ମାଣ ସହ, ସଡ଼କ କଡ଼ରେ ଭାରି ଯାନବାହାନ ଗୁଡିକୁ ହଟାଇବା ସହ ପାର୍କିଙ୍ଗ ର ବ୍ୟବସ୍ଥା, ଷ୍ଟ୍ରୀଟ ଲାଇଟ, ପକ୍କା ଡ୍ରେନ ନିର୍ମାଣ ଏବଂ ପୂର୍ଣ୍ଣ ସଂଯୋଗୀ କରଣ,ନୂତନ ସଡ଼କ ନିର୍ମାଣ ଓ ପୁରୁଣା ସଡ଼କ ଗୁଡିକ ର ପୁନଃର ଉଦ୍ଧାର, ସଡ଼କ କଡରେ ଗଢି ଉଠିଥିବା ଆମିଷ ଦୋକାନ ଉଛେଦ ସେଗୁଡିକର ଥଇଥାନ ଓ ସାଇପ୍ରିୟା କ୍ଲବ ର ନୂତନ ଗୃହ ନିର୍ମାଣ ନିମନ୍ତେ ଏକ ଜମି ଯୋଗାଇବା ଆଦି ଅନ୍ୟତମ. ଆରକ୍ଷୀ ଅଧିକ୍ଷକ ମହୋଦୟା ସମସ୍ତ ଅଭିଯୋଗ ଶୁଣାଣି ପରେ ଯାହା ତାଙ୍କ ବିଭାଗର ପରିସର ଭୁକ୍ତ ସେଗୁଡିକ ର ସମାଧାନ କରିବା ସହ ଅନ୍ୟ ଅଭିଯୋଗ ଗୁଡିକୁ ଜିଲ୍ଲା ପ୍ରଶାସନ ନିକଟରେ ଉପସ୍ଥାପନ କରିବେ ବୋଲି କହିଥିଲେ. ସାଇପ୍ରିୟା କ୍ଲବ ତରଫରୁ ଆରକ୍ଷୀ ଅଧିକ୍ଷକ ମହୋଦୟା ଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ପ୍ରଶାସନ ସହ ସହଯୋଗ ର ହାତ ବଡଇବାପାଇଁ ସାଇପ୍ରିୟା କ୍ଲବ ତାର ପ୍ରତିବଦ୍ଧତା ଜଣାଇଥିଲା.