ଏରସମା, 28/01/2026, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
_1769607443.jpg)
ଗାଁରେ କଳା ସଂସ୍କୃତି ହଜି ଯାଉଥିବାବେଳେ ସେଇ କଳାକୁ ପୁନଃରୁଦ୍ଧାର କରିବା ପାଇଁ ଏରସମା ଫ୍ରେଣ୍ଡସ୍ କ୍ଳବ ଏକ ପ୍ରୟାସ ଜାରି ରଖିଛି। ଗତ ମଙ୍ଗଳବାର ଧୂଆଁ ଧୂଆଁ କୁହୁଡି ଶୀତ ରାତିର ଉଷ୍ମତା ମଧ୍ୟରେ ପରିବେଷଣ ହୋଇଥିଲା ପ୍ରଶାନ୍ତ କୁମାର ସେଠୀଙ୍କ ନିର୍ଦ୍ଧେଶନାରେ ନାଟକ -" ବାବୁ ମୁଠେ ଭିକ ଦିଅ " ଲେଖା ଡ଼କ୍ଟର ଦୀପକ ଜେନା ଙ୍କ ଲେଖାକୁ ଗାଁ ର ଛୋଟବଡ଼ କଳାକାର ଅତି ଚମତ୍କାର ଢଙ୍ଗରେ ଅଭିନୟ କରି ଦର୍ଶକଙ୍କ ମନ କିଣିଥିଲେ । ମୁହଁରେ ରଙ୍ଗ ଅବିର ମାଖି ସଙ୍ଗଳାପକୁ ମୁଖସ୍ତ କରି ମଞ୍ଚରେ ଅଭିନୟ କରି ଦର୍ଶକଙ୍କୁ ଆନନ୍ଦ ଭରି ଦେବା ସତେ ଯେମିତି କୌଣସି ଜୀବନ୍ତ ସିନେମା ଦେଖୁଥିବା ପରି ମନେ ହେଉଥିଲା। ନାଟକ ମଞ୍ଚସ୍ତ ହେଵା ପୂର୍ବରୁ ବାଲିକୁଦା ଏରସମା ବିଧାୟକ ସାରାଦ ପ୍ରସନ୍ନ ଜେନା,
ଯୁବ ସମାଜ ସେବୀ ପାର୍ଥ ସାରଥୀ ରାଉତ,କ୍ଳବର ସଭାପତି ଅଧ୍ୟାପକ ଡ଼କ୍ଟର ସଞ୍ଜୟ କୁମାର ବିଶ୍ୱାଳ, ଉପସଭାପତି ଅନ୍ତର୍ଯ୍ୟାମୀ ସାହୁ, ଇଂ ସୁମନ ଖଟୁଆ, ନିହାରରଞ୍ଜନ ପଟ୍ଟନାୟକ ,ନାଟ୍ୟ ନିର୍ଦ୍ଧେଶକ ପ୍ରଶାନ୍ତ କୁମାର ସେଠୀ ପ୍ରମୁଖ ଉପସ୍ଥିତ ରହି ଗାଁର କଳା ସଂସ୍କୃତି ବଞ୍ଚିରହୁ ମତ ଦେଇଥିଲେ। ବିଧାୟକ ସାରଦା ପ୍ରସନ୍ନ ଜେନା କହିଥିଲେ ନାଟକୁ ସମସ୍ତେ ଶାନ୍ତି ଶୃଙ୍ଖଳା ଦେଖିବା ସହିତ ନାଟକର ଭଲ ଚରିତ୍ରକୁ ଗ୍ରହଣ କରିବେ ଏବଂ ଖରାପ ଜିନିଷକୁ ମନରୁ ହଟାଇ ଦେବେ। ଏହାପରେ ଏରସମାର ଆଉ ଏକ ସ୍ମୃତି ସଭିଙ୍କୁ ଖୁସି ଦେଇଥିଲା ତାହା ହେଉଛି ଫ୍ରେଣ୍ଡସ୍ କ୍ଳବ ଦ୍ୱାରା ପୂର୍ବରୁ ହାତଲେଖା ସାହିତ୍ୟ ପତ୍ରିକା "ପଲ୍ଲୀବନ୍ଧୁ "ପ୍ରକାଶ ପାଉଥିଲା ଏବେ ତାହା ମୁଦ୍ରଣ ଆକାରରେ ଛପା ହୋଇ ପ୍ରକାଶ ପାଇଥିବାରୁ ସାହିତ୍ୟ ପ୍ରେମୀଙ୍କ ମନରେ ଉତ୍ସାହ ହେଖିବାକୁ ମିଳିଥିଲା ଛାତ୍ର ଓ ଛାତ୍ରୀ ମଧ୍ୟରେ ହୋଇଥିବା ବିଭିନ୍ନ ପ୍ରତି ଯୋଗିତା ରେ ଯୋଗୀୟ ବିବେଚିତ୍ତ ହୋଇ ଥିବା ଛାତ୍ର, ଛାତ୍ରୀ ମାନଙ୍କୁ ପୁରସ୍କାର ଦିଆଯାଇଥିଲା ଶେଷରେ ଏଥିରେ ଅଭିନୟ କରିଥିବା ସମସ୍ତ କଳାକାର ମାନଙ୍କୁ ଅନୁଷ୍ଠାନ ପକ୍ଷରୁ ଆନ୍ତରିକ ଧନ୍ୟବାଦ ଦିଆଯାଇଥିଲା।