ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଶ୍ରୀଶ୍ରୀ ରାମେଶ୍ବର ମହାଦେବ ମନ୍ଦିରର ପଞ୍ଚଦଶ ସ୍ଵର୍ଣ୍ଣକ୍ଷତ୍ର ମହୋତ୍ସବ-୨୦୨୬

ଢେଙ୍କାନାଳ, 28/01/2026, ଉତ୍କଳ voice news - utkalvoicenews.com( ଢେ଼ଙ୍କାନାଳ ରୁ ଶୁଭମ୍ ପାଣି ଙ୍କ ରିପୋର୍ଟ ) :
Article Image
ଢେଙ୍କାନାଳ ରାମକୃଷ୍ଣ ବିହାର ସାନସାଠିଏବାଟିଆ ହାଇସିଂବୋର୍ଡ କଲୋନୀ ଠାରେ ପରମାରାଧ୍ଯ ଶ୍ରୀଶ୍ରୀ ରାମେଶ୍ଵର ମହାଦେବଙ୍କର ଜନ୍ମବାର୍ଷିକ ମହୋତ୍ସବ ଅନୁଷ୍ଠିତ ହୋଇଯାଇଅଛି । ସକାଳୁ ଗୁରୁପୂଜା, ସୂର୍ଯ୍ୟପୂଜା, ସାଲା ପ୍ରବେଶ, ଅଗ୍ନିସ୍ଥାପନ, ମହାରୁଦ୍ରାଭିଷେକ, ପୂର୍ଣାହୁତି, ମହାଆଳତୀ, ବାଳଭୋଗ ଅର୍ପଣ ଓ ବିଭିନ୍ନ ଭୋଗ ଲାଗି କରାଯାଇଥିଲା । ମଧ୍ୟାହ୍ନରେ ଭକ୍ତମାନେ ମହାଆନନ୍ଦର ସହିତ ପ୍ରସାଦସେବନ କରିଥିଲେ । ମୁଖ୍ୟ ପୁଜକ ଜଗନ୍ନାଥ ତ୍ରିପାଠୀ, କର୍ତା ଦେବ ପ୍ରସାଦ ମିଶ୍ର, କର୍ତୀ ଗୀତାଞ୍ଜଳି ମିଶ୍ର ଓ ମନ୍ଦିର ପୂଜକ ଭୁବନେଶ୍ୱର କବିଶତପଥୀ ସମସ୍ତ ପୂଜାକୁ ସୁଚାରୁରୂପେ ସମ୍ପାଦନ କରିଥିଲେ । ରାମକୃଷ୍ଣ ବିହାର ପରିଷଦର ସଭାପତି ହରେକୃଷ୍ଣ କର, ସଂପାଦକ ଅକ୍ଷୟ କୁମାର ପଟ୍ଟନାୟକ, ରାମେଶ୍ଵର ମହାଦେବ ମନ୍ଦିର ପରିଚାଳନା କମିଟି ସଭାପତି ଦେବ ପ୍ରସାଦ ମହାରଣା, କୋଷାଧ୍ୟକ୍ଷ ପଞ୍ଚାନନ ମହାରଣା ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକୁ ସୁଚାରୂ ରୂପେ ପରିଚାଳନା କରିଥିଲେ ।
39