ବୁଗୁଡ଼ା, 28/01/2026, ଉତ୍କଳ voice news - utkalvoicenews.com( ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ ) :

ଆଜି ବୁଗୁଡ଼ା ବ୍ଲକ ଅନ୍ତର୍ଗତ କରସିଂଙ୍ଗ ପଞ୍ଚାୟତର ହାଇସ୍କୁଲ ଖେଳ ପଡିଆ ଠାରେ ବିଜେପି ପକ୍ଷରୁ କର୍ମୀ ସମ୍ମିଳନୀ ସହିତ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। କରସିଙ୍ଗ ପଞ୍ଚାୟତର ଯୁବ ନେତା ନିରଞ୍ଜନ ଗୌଡ଼ ଓ ମଣ୍ଡଳ ସଭାପତି ସୁନୀଲ ପ୍ରଧାନଙ୍କ ମିଳିତ ତତ୍ବାବଧାନରେ ଅନୁଷ୍ଠିତ ଦ୍ବୟ କାର୍ଯ୍ୟକ୍ରମକୁ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ କ୍ଷୁଦ୍ର ଓ ଅତି କ୍ଷୁଦ୍ର ମଧ୍ଯମ ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗଦାନ ପୂର୍ବକ ପ୍ରଦିପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଉପସ୍ଥିତ ବିଜେପି କର୍ମୀ ମାନଙ୍କୁ ନେଇ ପୁଙ୍ଖାନୁପୁଙ୍ଖ ଭାବେ ଦଳୀୟ ସଙ୍ଗଠନ ଓ ସମସ୍ୟା ବିଷୟରେ ଆଲୋଚନା କରିଥିଲେ । ଏହାସହିତ ବିଜେଡି ଦଳ ଛାଡି ବିଜେପିରେ ସାମିଲ ହୋଇଥିବା ବଳଭଦ୍ର ମଲ୍ଲିକ, ସନ୍ତୋଷ ଜାନୀ, ଗୌତମ ଜାନୀ, ଦିବାକର ପ୍ରଧାନ,ମଦନ ପ୍ରଧାନ, ସୀତାରାମ ଦଳବେହେରା, ଦେବରାଜ ମଲ୍ଲିକ,ରବି ପ୍ରଧାନ,ଆସନ ମଲ୍ଲିକ, ତ୍ରିଲୋଚନ ଜାନୀ, ମନୋଜ ନାୟକ ସମେତ ଶତାଧିକ ବିଜେଡି କର୍ମୀ ମାନଙ୍କୁ ଦଳୀୟ ଉତ୍ତରୀୟ ଓ ଟୋପି ପିନ୍ଧାଇ ସମ୍ମାନର ସହ ବିଜେପି ଦଳରେ ସାମିଲ କରାଇଥିଲେ।ବିକଶିତ ଓଡିଶା ସହ ବିକଶିତ ଗ୍ରାମ ଭାବେ କରସିଂଙ୍ଗ ଗ୍ରାମକୁ କରିବା ପାଇଁ ମନ୍ତ୍ରୀ ଶ୍ରୀ ମଲ୍ଲିକ ଗ୍ରାମବାସୀଙ୍କୁ ନିବେଦନ କରିଥିଲେ। ଆଜି ଏହି ଠାରୁ ପଞ୍ଚାୟତର ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହେଲାବୋଲି ପ୍ରକାଶ କରିଥିଲେ ମନ୍ତ୍ରୀ।ଉପାଧ୍ୟକ୍ଷ ମାନସ ରଂଜନ ପ୍ରଧାନ,ପ୍ରଭାକର ପଣ୍ଡା, ଧରଣୀଧର ପଣ୍ଡା, ସୁନୀଲ ପାଢ଼ୀ,ଗଙ୍ଗା ନାୟକ, କେଦାରନାଥ ମହାରଣା, ସୁନୀଲ ପ୍ରଧାନ, ହରପ୍ରସାଦ ସାହୁ, ବବୁଲ ନାୟକ, ମଦନ ଗୋପାଳ ଦୋରା, କୃଷ୍ଣ ଚନ୍ଦ୍ର ମହାପାତ୍ର, ଗନ୍ଧମାର୍ଦନ ସେଠୀ, ହିମାଂଶୁ ବାରିକ ସହିତ ବହୁ ବିଜେପି କର୍ମୀ ଉପସ୍ଥିତ ଥିଲେ।
