ବୁଗୁଡ଼ା, 28/01/2026, ଉତ୍କଳ voice news - utkalvoicenews.com( ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ ) :
ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ବୁଗୁଡ଼ା ବୃଦ୍ଧଖୋଲ ପାଦଦେଶରେ ଆସନ୍ତା ଫେବୃଆରୀ ୭ ତାରିଖରୁ ତିନିଦିନ ବ୍ୟାପୀ ‘ବୃଦ୍ଧଖୋଲ ମହୋତ୍ସବ’ ଅନୁଷ୍ଠିତ ହେବାକୁ ଯାଉଛି। ଫେବୃଆରୀ ୭, ୮ ଓ ୯ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଭବ୍ୟ ମହୋତ୍ସବ ପାଇଁ ବୃଦ୍ଧଖୋଲ ଉନ୍ନୟନ ସମିତି ପକ୍ଷରୁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଛି।ସ୍ଥାନୀୟ ଜନସୁବିଧା କେନ୍ଦ୍ର ପରିସରରେ ବୃଦ୍ଧଖୋଲ ଉନ୍ନୟନ ସମିତିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୃଦ୍ଧଖୋଲ ଉନ୍ନୟନ ସମିତିର ସଭାପତି ତଥା ରାଜ୍ୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ଶ୍ରୀଯୁକ୍ତ ଗୋକୁଳାନନ୍ଦ ମଲ୍ଲିକଙ୍କ ପୌରହିତ୍ୟରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ମହୋତ୍ସବକୁ ଅଧିକ ଆକର୍ଷଣୀୟ ଓ ଶୃଙ୍ଖଳିତ କରିବା ପାଇଁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଛି।ଏହି ପ୍ରସ୍ତୁତି ବୈଠକରେ ସମିତିର ସମ୍ପାଦକ ଗଙ୍ଗାଧର ବିଷୋୟୀ ବୃଦ୍ଧଖୋଲ ଉନ୍ନୟନ ସମିତିର ସମସ୍ତ କର୍ମକର୍ତ୍ତା ସ୍ଥାନୀୟ ବୁଦ୍ଧିଜୀବୀ ଓ ସ୍ଵେଚ୍ଛାସେବୀ ବୃନ୍ଦ ଉପସ୍ଥିତ ଥିଲେ।