ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷା ଦେଲେ ୨୦୭ ଜଣ ଛାତ୍ରଛାତ୍ରୀ

ବୁଗୁଡ଼ା, 28/01/2026, ଉତ୍କଳ voice news - utkalvoicenews.com( ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ ) :
Article Image
ସ୍ଥାନୀୟ ପିପୁଲ୍ସ ହାଇସ୍କୁଲ କେନ୍ଦ୍ରରେ ଆଜି ଶିକ୍ଷାବର୍ଷ ୨୦୨୫-୨୬ର ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ବୁଗୁଡା ବ୍ଲକ ଓ ଏନ୍‌ଏସି ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟର ମୋଟ ୨୦୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲା ବେଳେ ସେଥି ମଧ୍ୟରୁ ଷଷ୍ଠ ଶ୍ରେଣୀ (ଷ୍ଟେଜ୍-୧)ର ୯୩ ଜଣଏବଂ ନବମ ଶ୍ରେଣୀ (ଷ୍ଟେଜ୍-୨) ର ୧୧୪ ଜଣଛାତ୍ରଛାତ୍ରୀ ରହିଥିଲେ । ଉକ୍ତ କେନ୍ଦ୍ରର ସୁପରିଟେଣ୍ଡେଣ୍ଟ ଦାୟିତ୍ଵରେ ପ୍ରଧାନ ଶିକ୍ଷକ କାଳୀ ଚରଣ ବେହେରା ଏବଂ ଡେପୁଟି ସୁପରିଟେଣ୍ଡେଣ୍ଟ ଦାୟିତ୍ବରେ ସହକାରୀ ଶିକ୍ଷକ ପ୍ରଶାନ୍ତ କୁମାର ଗୌଡ ରହିଥିଲେ। ସହକାରୀ ଶିକ୍ଷକ ବିଶ୍ବେଶ୍ବର ଗିରି, ସିମାଞ୍ଚଳ ପାଇକ, ଶଙ୍କର ଦାସ, ଶିବାନନ୍ଦ ସୁବୁଦ୍ଧି, କାହ୍ନୁଚରଣ ଗୌଡ ଏବଂ ଶିକ୍ଷୟିତ୍ରୀ ସ୍ନେହଲତା ସାହୁ, ଜ୍ଯୋତ୍ସ୍ନା ସେଠୀ, ଉଷାରାଣୀ ସିଂ, ସୁଚିତ୍ରା ବିଷୋୟୀ, ସସ୍ମିତା ତ୍ରିପାଠୀ ,ସୁସ୍ମିତା କୁମାରୀ ପଟ୍ଟନାୟକ ପ୍ରମୁଖ କକ୍ଷ ନିରୀକ୍ଷକ ଭାବେ ନିଯୋଜିତ ରହିଥିଲା ବେଳେ ପରୀକ୍ଷା ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ ହୋଇଥିବା ଜଣାଯାଇଛି।
Article Image
6