ରାହାମା ସାଇଲୋ / କୁଜଙ୍ଗ , 29/01/2026, ଉତ୍କଳ voice news - utkalvoicenews.com( କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :

ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ସାଇଲୋ ଗ୍ରାମପଞ୍ଚାୟତ ରେ ଥିବା ପି.ଏମ.ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟ ସାଇଲୋ,ରାହାମା ର ୨୧ତମ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଉଦ୍ଘାଟନ ସମାରୋହରେ ମୁଖ୍ୟ ଅତିଥି ରୂପେ ସାରଳା ମହାବିଦ୍ୟାଳୟ ରାହାମା ର ଅଧକ୍ଷ ଶ୍ରୀ ସୁଭାଷ ଚନ୍ଦ୍ର ନାୟକ, ସମ୍ମାନୀତ ଅତିଥି ଭାବେ ସମାଜସେବୀ ଡ଼କ୍ଟର ସୁନାକର ବେହେରା,ଶ୍ରୀ ଚନ୍ଦ୍ରଶେଖର ପଟ୍ଟନାୟକ,ଜଗତସିଂହପୁର କେନ୍ଦ୍ରୀୟ ବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀ ରବି ବାଚ଼େଟୀ ଯୋଗ ଦେଇଥିଲେ।ସର୍ବ ପ୍ରଥମେ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀକୃଷ୍ଣ ମହାପାତ୍ର ଅତିଥିମାନଙ୍କୁ ପୁଷ୍ପ ଗୁଚ୍ଛ ଏବଂ ଉତ୍ତରୀୟ ଦେଇ ସ୍ୱାଗତ କରିଥିଲେ ଏବଂ ଛାତ୍ର ଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା। ମୁଖ୍ୟ ଅତିଥି ତଥା ସମ୍ମାନୀତ ଅତିଥିମାନଙ୍କ ଦ୍ଵାରା ପ୍ୟାରେଡ ଅବଲୋକନ ଏବଂ ଧ୍ଵଜାରୋହଣ କରାଯାଇ ତତ୍ ପଶ୍ଚାତ ମଶାଲ ଜାଳି ଏବଂ ରଙ୍ଗ ବେରଙ୍ଗ ବେଲୁନ ଉଡ଼ାଇବାସହ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଓଡିଶୀ ନୃତ୍ୟ ପରେ କ୍ରୀଡା ଉତ୍ସବର ଶୁଭ ଉଦ୍ଘାଟନ କରାଯାଇଥିଲା। ମୁଖ୍ୟ ଅତିଥି ଶ୍ରୀଯୁକ୍ତ ନାୟକ ଓ ଡ଼ଃ ବେହେରା ନିଜର ଅଭିଭାଷଣ ରେ କହିଥିଲେ ଏକ ସୁସ୍ଥ ସମାଜ ଗଠନ କରିବାକୁ ହେଲେ ସ୍ଵସ୍ଥ ଶରୀର ଗଠନରେ କ୍ରୀଡାର ଆବଶ୍ୟକ। ଉଦ୍ଘାଟନୀ ଉତ୍ସବ ଶେଷରେ ବରିଷ୍ଠ ଶିକ୍ଷକ ଶ୍ରୀ ସିମାଞ୍ଚଳ ଗୌଡ଼ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମର ଦ୍ୱିତୀୟ ଦିନରେ ବିଭିନ୍ନ ଦୌଡ଼ ପ୍ରତିଯୋଗିତା ଯଥା ୧୦୦ ମିଟର,୨୦୦ ମିଟର,୬୦୦ ମିଟର,୮୦୦ ମିଟର,ରିଲେ ରେସ ର ଅନ୍ତିମ ପର୍ଯ୍ୟାୟ ଅନୁଷ୍ଠିତ ହୋଇଥିଲା।ଅନ୍ୟବର୍ଗ ଯଥା ଲମ୍ୱ ଡିଆଁ, ଉଚ୍ଚଡ଼ିଆଁ, ଜାଭେଲିନ, ସର୍ଟ ପୁଟ,ଡ଼ିସକସ୍, ଛୁଞ୍ଚି ସୂତା ଦୌଡ, ଲେମ୍ବୁ ଚାମଚ଼ ଦୌଡ଼, ରସି କଷାକଷିର ଅନ୍ତିମ ପର୍ଯ୍ୟାୟ ଅନୁଷ୍ଠିତ ହୋଇଥିଲା।

ଅପରାହ୍ନରେ କ୍ରୀଡା ଉତ୍ସବ ଉଦ୍ଯାପନ ସମାରୋହରେ ମୁଖ୍ୟ ଅତିଥି ରୂପେ ପାରାଦ୍ୱୀପ କେନ୍ଦ୍ରୀୟ ଶିଳ୍ପ ନିରାପତ୍ତା ବାହିନୀ ର କମାଣ୍ଡାଣ୍ଟ ଶ୍ରୀ ସନତ କୁମାର ପଟେଲ ଏବଂ ସମ୍ମାନୀତ ଅତିଥି ରୂପେ ଶ୍ରୀମତୀ ସୁଚରିତା ମହାପାତ୍ର, ସମାଜସେବୀ ଡଃ ସୁନାକର ବେହେରା ଏବଂ ଶ୍ରୀ ଚନ୍ଦ୍ରଶେଖର ପଟ୍ଟନାୟକ ଯୋଗଦାନ କରିଥିଲେ। ଅଧକ୍ଷ ଶ୍ରୀକୃଷ୍ଣ ମହାପାତ୍ର ପୁଷ୍ପ ଗୁଛ ଓ ଉତ୍ତରୀୟ ଦେଇ ମଞ୍ଚାସିନ ଅତିଥି ମାନଙ୍କୁ ସ୍ବାଗତ ସହ କାର୍ଯ୍ୟକ୍ରମ ର ମଧ୍ୟଭାଗରେ କ୍ରୀଡ଼ା ଶିକ୍ଷକ ସୂର୍ଯ୍ୟକାନ୍ତ ଘଡ଼େଇଙ୍କ ଦ୍ୱାରା ବାର୍ଷିକ କ୍ରୀଡା ବିବରଣୀ ପାଠ କରାଯାଇଥିଲା ଏବଂ ସଂଙ୍ଗୀତ ଶିକ୍ଷିକା ଶ୍ରୀମତୀ ପଦ୍ମଜା ବେହେରାଙ୍କ ନିର୍ଦ୍ଦେଶନାରେ ଏକ ସାମୂହିକ ନୃତ୍ୟ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଅନୁଷ୍ଠିତ ହୋଇଥିଲା। ବିଜେତା ଖେଳାଳୀମାନଙ୍କୁ ମୁଖ୍ୟ ଅତିଥି ଏବଂ ସମ୍ମାନୀତ ଅତିଥିମାନଙ୍କ ଦ୍ୱାରା ପ୍ରମାଣପତ୍ର ସହିତ ମେଡାଲ ଓ ଟ୍ରଫୀ ପ୍ରଦାନ କରାଯିବାପରେ ମୁଖ୍ୟ ଅତିଥି ତାଙ୍କ ଅଭିଭାଷଣରେ ଛାତ୍ର ଛାତ୍ରୀମାନଙ୍କୁ କ୍ରୀଡ଼ାର ମହତ୍ତ୍ୱ ବିଷୟରେ ବୁଝାଇ କହିଥିଲେ ଏବଂ ବିଜେତାମାନଙ୍କୁ ଅଭିବାଦନ ଜଣାଇଥିଲେ। କ୍ରୀଡା ମଶାଲ କୁ ଲିଭାଇ କ୍ରୀଡା ଧୂଜା ଅବତରଣ ସହିତ ବାର୍ଷିକ କ୍ରୀଡ଼ା ସମାରୋହର କୁ ସମାପନ ଘୋଷଣା କରିଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ମଞ୍ଚ ସଞ୍ଚାଳନ ଶ୍ରୀ ଦିଗନ୍ତ ପଟ୍ଟନାୟକ ଓ ସିମାଞ୍ଚଳ ଗୌଡ଼ କରିବା ସହ ଶିକ୍ଷୟତ୍ରୀ ଅନାମିକା ଦାସ, ଅଙ୍ଗୁର ବାଳା ବଳ, ସବିତା ପଣ୍ଡା,ପ୍ରମିଳା କୁମାରୀ ସାହୁ, କୌଶଲ୍ୟା ବେହେରା, ସଂଗୀତା ନାୟକ, କବିତା ଜେନା, ଅପର୍ଣ୍ଣା ମହାପାତ୍ର, ସତ୍ୟଭାମା ସ୍ୱାଇଁ,ଶିକ୍ଷକ ଆଦିତ୍ୟ ମହତ, ନଗେନ୍ଦ୍ର ଶୁକ୍ଲା, ଅଂଶୁମାନ ମହାନ୍ତି, ଉଗ୍ରେସନ ନାୟକ, ସନ୍ତୋଷ କୁମାର ଜେନା, ପ୍ରଶାନ୍ତ ନାୟକ, ସୁଧୀରଞ୍ଜନ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ଉକ୍ତ କ୍ରୀଡ଼ା ପ୍ରତିଯୋଗିତାର ସମୂର୍ଣ୍ଣ ରୂପ ରେଖ କ୍ରୀଡ଼ା ଶିକ୍ଷକ ସୂର୍ଯ୍ୟକାନ୍ତ ଘଡ଼େଇ ଏବଂ କ୍ରୀଡ଼ା ଶିକ୍ଷିକା ମିନାକ୍ଷୀ ବାରିକ ପ୍ରସ୍ତୁତ କରିଥିଲେ । କାର୍ଯ୍ୟକ୍ରମର ଶେଷ ଭାଗରେ ଶ୍ରୀ ସୀମଞ୍ଚଳ ଗୌଡ଼ ଧନ୍ୟବାଦ ଅର୍ପଣ କରିଥିଲେ ।



