ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

କୃଷ୍ଣସାର ମୃଗ ଗଣନା କାର୍ଯ୍ୟକ୍ରମ, ମୃଗ ସଂଖ୍ୟା ବୃଦ୍ଧି ଆକଳନ

ବୁଗୁଡ଼ା, 29/01/2026, ଉତ୍କଳ voice news - utkalvoicenews.com( ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ ) :
Article Image
ଦକ୍ଷିଣ ଘୁମୁସର ବନଖଣ୍ଡ ଅନ୍ତର୍ଗତ ବୁଗୁଡା ବନାଞ୍ଚଳର ବିଭିନ୍ନ ସ୍ଥାନରେ ବନ ବିଭାଗ ପକ୍ଷରୁ କୃଷ୍ଣସାର ମୃଗ ଗଣନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବନାଞ୍ଚଳ ଅଧିକାରୀ ମାନସ କୁମାର ସାହୁଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବେ ବନ୍ଯପ୍ରାଣୀ ଜୀବବିଜ୍ଞାନୀ ରାଜେଶ୍ବରୀ ଗୌଡ, ସୁରେଶ ଚନ୍ଦ୍ର ସ୍ବାଇଁ, ପ୍ରକୃତି ବନ୍ଧୁ ପୁରସ୍କୃତ ଦ୍ବିତିକୃଷ୍ଣ ଲେଙ୍କା, ବନ୍ଯପ୍ରାଣୀ ଗବେଷକ ଉଦୟ କୁମାର ଦାସ, ଅବସରପ୍ରାପ୍ତ ବନ କର୍ମଚାରୀ ଗଙ୍ଗାଧର ବିଷୋୟୀ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୌରୀ ଶଙ୍କର ମିଶ୍ର , କୃଷ୍ଣସାର ମୃଗ କମିଟି ସଦସ୍ୟ ରାମଚନ୍ଦ୍ର ଭୂୟାଁ, ପ୍ରାଣୀ ବିଜ୍ଞାନ ବିଭାଗୀୟ ସହକାରୀ ପ୍ରଫେସର ଚିତ୍ରସେନ ସେଠୀ, ଅବସରପ୍ରାପ୍ତ ରେଞ୍ଜର ଅନୁପମ ବାନାର୍ଜୀ ପ୍ରମୁଖ ଯୋଗ ଦେଇଥିଲେ। ଉକ୍ତ ଗଣନା କାର୍ଯ୍ୟକ୍ରମ ୨ଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା। ପ୍ରଥମ ପର୍ଯ୍ୟାୟ ସକାଳ ଛଅଟାରୁ ନଅଟା ଏବଂ ଦ୍ବିତୀୟ ପର୍ଯ୍ଯାୟ ଅପରାହ୍ନ ଚାରିଟାରୁ ଛଅଟା ପର୍ଯ୍ୟନ୍ତ ରହିଥିଲା। ଏହି ଗଣନା କାର୍ଯ୍ୟ ନିମନ୍ତେ ବନପାଳ, ବନରକ୍ଷୀ, ସ୍କାର୍ଡ ଓ ଅନ୍ଯମାନଙ୍କୁ ନେଇ ଗଠିତ ୨୭ଟି ୟୁନିଟରେ ୮୦ ଜଣ ସାମିଲ ଥିଲେ। ଗତବର୍ଷ କୃଷ୍ଣସାର ମୃଗ ଗଣନାରେ ଅଣ୍ଡିରା ୫୩୨, ମାଈ ୧୬୨୩ ଓ ଛୁଅ ୬୦୯ ହିସାବରେ ମୋଟ ୨୭୬୪ ହୋଇଥିଲା ବେଳେ ଏବର୍ଷ କୃଷ୍ଣସାର ମୃଗଙ୍କ ସଂଖ୍ୟା ବୃଦ୍ଧି ନିଶ୍ଚିତ ବୋଲି ବନ ବିଭାଗ ପକ୍ଷରୁ ଆକଳନ କରାଯାଇଛି।
Article Image
6