ଏରସମା, 30/01/2026, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :

ଶ୍ରୀଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟ କୃଷ୍ଣଚନ୍ଦ୍ରପୁର,ଏରସମା ସମ୍ମିଳନୀ କକ୍ଷରେ ଜଗତସିଂହପୁର ଜିଲ୍ଲା ଆଞ୍ଚଳିକ ପରିବହନ ବିଭାଗ ତରଫରୁ ଜାତୀୟ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆଡ଼ଭୋକେଟ ତଥା ସମାଜସେବୀ ଡ଼ଃ.ସୁନାକର ବେହେରା ସଚେତନତା କାର୍ଯ୍ୟକ୍ରମକୁ ସଞ୍ଚାଳନ କରିବା ସହ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ମହାବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀଯୁକ୍ତ ଅଶୋକ କୁମାର ସାମଲ ସଭାପତିତ୍ୱ କରି ସ୍ୱାଗତ ଅଭିଭାଷଣ ପ୍ରଦାନରେ ଆଞ୍ଚଳିକ ପରିବହନ ଅଧିକାରୀଙ୍କ ଦ୍ୱାରା ଆଜିର ଏହି ସଡ଼କ ସୁରକ୍ଷା ମାସରେ ସଚେତନତା କାର୍ଯ୍ୟକ୍ରମ ତାଙ୍କ ମହାବିଦ୍ୟାଳୟରେ ଅନୁଷ୍ଠିତ ପାଇଁ ଚୟନ କରିଥିବାରୁ ଧନ୍ୟବାଦ ପ୍ରଦାନ କରିଥିଲେ। ନିମନ୍ତ୍ରିତ ଅତିଥିମାନଙ୍କୁ ପୁଷ୍ପ ଗୁଚ୍ଛ ଉତ୍ତରୀୟ ସହିତ ସମ୍ବର୍ଦ୍ଧନା କରିବା ପରେ ଏହି ସଚେତନତା କାର୍ଯ୍ୟକ୍ରମକୁ ଆରମ୍ଭ କରାଯାଇଥିଲା। ମୁଖ୍ୟ ଅତିଥିଭାବେ ଜିଲ୍ଲା ଆଞ୍ଚଳିକ ପରିବହନ ବିଭାଗର ମୋଟର ଜାନ ଅଧିକାରୀ ଶ୍ରୀମତୀ ମନୋରମା ମାଝୀ,ମୁଖ୍ୟ ବକ୍ତା ଭାବେ ଇଂରାଜୀ ବିଭାଗର ମୁଖ୍ୟ ଅଧ୍ୟାପକ କାହ୍ନୁ ଚରଣ ନାୟକ,ସ୍ୱତନ୍ତ୍ର ଅତିଥିଭାବେ ଏରସମା ଥାନା ଏ ଏସ ଆଇ ଏସ.କେ ଆଚାର୍ଯ୍ୟ,ଇତିହାସ ବିଭାଗ ପ୍ରଧ୍ୟାପକ ଖିରୋଦ ପ୍ରକାଶ ନାୟକ,ସମ୍ମାନିତ ଅତିଥି ମାନଙ୍କ ମଧ୍ୟରେ ରାଜନୀତି ବିଭାଗ ଅଧ୍ୟାପକ କ୍ଷେତ୍ରବାସୀ ପ୍ରଧାନ,ଅଧ୍ୟାପିକା ଇଂରାଜୀ ବିଭାଗର ଡ଼ଃ.ତିଥୀ ରାୟ,ଅଧ୍ୟାପିକା ଶସ୍ମିତା ସାହୁ,ଅଧ୍ୟାପିକା ଶୁଭସ୍ମିତା ନାୟକ, ପ୍ରଦୀପ୍ତ କୁମାର ଜେନା ଇତ୍ୟାଦି ଯୋଗଦାନ କରିଥିଲେ। ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ବହୁ ସଂଖ୍ୟାରେ ଏହି ସଚେତନତା କାର୍ଯ୍ୟକ୍ରମରେ ଉପସ୍ଥିତ ଥିବାର ଦେଖିବାକୁ ମିଳିଥିଲା। ମୁଖ୍ୟ ଅତିଥି ଓ ମୁଖ୍ୟ ବକ୍ତା ତାଙ୍କ ଅଭିଭାଷଣରେ କହିଥିଲେ ପ୍ରତେକ ଦିନ ରାଜପଥରେ ଘଟୁଥିବା ସଡ଼କ ଦୃଘଟଣା ସରକାରଙ୍କ ଚିନ୍ତାର ବିଷୟ ହୋଇଅଛି, ତେଣୁକରି ମୂଲ୍ୟବାନ ଜୀବନର ସୁରକ୍ଷା ପାଇଁ ସରକାରଙ୍କ ଦ୍ୱାରା ପ୍ରଦତ୍ତ ମାର୍ଗଦର୍ଶିକା ଗ୍ରହଣ କରିବା ନିତ୍ୟାନ୍ତ ଆବଶ୍ୟକ ଅଟେ। ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକା ମାନେ ସାମୁହିକ ସଡ଼କ ସୁରକ୍ଷା ପାଇଁ ସାମୁହିକ ଶପଥ ନେବା ସହିତ ପରିବହନ ବିଭାଗ ଦ୍ୱାରା ପ୍ରଦତ୍ତ ମାର୍ଗଦର୍ଶିକା,ଲିପଲେଟ ଓ ଫୋଲଡର ଗ୍ରହଣ କରିଥିଲେ। ସ୍ବେଛାସେବୀ ପ୍ରଦୀପ୍ତ କୁମାର ସାହୁ,ବିନୋଦ କୁମାର ବରାଳ,ବିପିନ କୁମାର ବରାଳ ସହଯୋଗ କରିଥିଲେ। ଅଧ୍ୟାପକ ଧିରେନ କୁମାର ପାତ୍ର ବରେଣ୍ୟ ଅତିଥି ମାନଙ୍କୁ ଧନ୍ୟବାଦ ପ୍ରଦାନ କରି କାର୍ଯ୍ୟକ୍ରମକୁ ସାଙ୍ଗ କରିଥିଲେ।

