ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ହୀରାସାଗର ପୋଖରୀ ଦକ୍ଷିଣପଟ ଗୌରାଙ୍ଗ ମହାପ୍ରଭୁଙ୍କ ମନ୍ଦିରରେ ଅହୋରାତ୍ର ନାମଯଜ୍ଞ

ଢେଙ୍କାନାଳ, 31/01/2026, ଉତ୍କଳ voice news - utkalvoicenews.com( ଢେ଼ଙ୍କାନାଳ ରୁ ଶୁଭମ୍ ପାଣି ଙ୍କ ରିପୋର୍ଟ ) :
Article Image
କରୁଣା ବରୁଣାଳୟ ନନ୍ଦନନ୍ଦନଙ୍କ ଅପାର କୃପାରୁ ହୀରାସାଗର ପୋଖରୀର ଦକ୍ଷିଣପଟ ହୁଡାରେ ଶ୍ରୀ ଶ୍ରୀ ଷଡଭୁଜ ଗୌରାଙ୍ଗ ମହାପ୍ରଭୁଙ୍କର ମନ୍ଦିର ପ୍ରାଙ୍ଗଣରେ ଅଦ୍ୟ ଶୁକ୍ରବାର ଅହୋରାତ୍ର ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଅଛି । ସଂଧ୍ୟାରେ କୁଞ୍ଜରେ ଠାକୁରଙ୍କୁ ସ୍ଥାପନ କରିବା ପରେ କଳସପୂଜା, ଅଧିବାସ ପୂଜା, ଅଖଣ୍ଡଦୀପ ସ୍ଥାପନ ପରେ ୧୦୮ ଦୀପ ଦ୍ବାରା ସଂଧ୍ୟା ଆଳତୀ ଲାଗି କରାଯାଇଥିଲା । ସ୍ଥାନୀୟ ମହିଳାମାନେ ପୂଜାର୍ଚ୍ଚନା ସହିତ ବିଭିନ୍ନ ଭୋଗ ଲାଗି କରିଥିଲେ । ଆଖପାଖ ଅଂଚଳର ୩ ଦଳ କୀର୍ତନ ମଣ୍ଡଳୀ ଏଥିରେ ଯୋଗଦେଇ ଅହୋରାତ୍ର ନାମଯଜ୍ଞ କରିବେ । ଆସନ୍ତା କାଲି ନଗର କୀର୍ତନ ଓ ପ୍ରସାଦସେବନ ଅନୁଷ୍ଠିତ ହେବ । ମୁଖ୍ୟ ପୂଜକ ଜଗନ୍ନାଥ ତ୍ରିପାଠୀ ସମସ୍ତ ପୂଜାକୁ ସମ୍ପାଦନ କରିଛନ୍ତି । ସଭାପତି ସୁଲୋଚନା ସାହୁ, ସଦସ୍ୟା ଗେହ୍ଲି ବେହେରା, ସଞ୍ଜୁ ବେହେରା, କୁନା ସାହୁ, କାହ୍ନୁ ମହାର, ପ୍ରତିମା ବେହେରା, ବାସନ୍ତି ସାହୁ, ବିନୋଦିନୀ ସୁବୁଦ୍ଧି, ଖଗେଶ୍ବର ମହାରଣା, ଭାରତୀ, ବାଙ୍କି ସାହୁ, କମଳା ବେହେରା, ବାଲୁରି ବେହେରା, ଲକ୍ଷ୍ମୀ ବେହେରା, ରବି ବେହେରା, ଯଶୋଦା ମହାରଣା, ଅଙ୍କିତା ସାହୁ, ପହଲି ସାହୁ, ରାଣୀ ବେହେରା, ନୟନ ବେହେରା, କୁନି, ସୁନ୍ଦର ବେହେରା, କମଳା ବେହେରା ଓ ବିରଂଚି ସାହୁ ପ୍ରମୁଖ ଉପସ୍ଥିତ ରହି ପୂଜାକୁ ସୁଚାରୁ ରୂପେ ତୁଲାଇଥିଲେ ।
9