ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବିଶିଷ୍ଟ ନାଟ୍ୟ ନିର୍ଦ୍ଧେଶକ, ଗୀତିକାର ଓ ଚଳଚ୍ଚିତ୍ର ଅଭିନେତା ଶରତ ଚନ୍ଦ୍ର ବିଶ୍ୱାଳ (ବୁଲୁ ଭାଇ)ଙ୍କ ଦ୍ଵିତୀୟ ଶ୍ରାଦ୍ଧ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଜଗତସିଂହପୁର, 31/01/2026, ଉତ୍କଳ voice news - utkalvoicenews.com( ଜଗତସିଂହପୁର ରୁ ରୀତା ସାହୁ ଙ୍କ ରିପୋର୍ଟ ) :
Article Image
ବିଶିଷ୍ଟ ନାଟ୍ୟ ନିର୍ଦ୍ଧେଶକ, ଗୀତିକାର ଓ ଚଳଚ୍ଚିତ୍ର ଅଭିନେତା ଶରତ ଚନ୍ଦ୍ର ବିଶ୍ୱାଳ (ବୁଲୁ ଭାଇ)ଙ୍କ ଦ୍ଵିତୀୟ ଶ୍ରାଦ୍ଧ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଶରତ ଚନ୍ଦ୍ର ବିଶ୍ୱାଳ (ବୁଲୁ ଭାଇ) ଜଣେ ଏକା ଧାରାରେ ନାଟ୍ୟ ନିର୍ଦ୍ଦେଶକ ସହିତ ଭଲ କଳାକାର ଥିଲେ । ଆଜି ତାଙ୍କ ଗାଁ ଜଗତସିଂହପୁର ସଦର ବ୍ଲକ ପଳାଷୋଳ ପଂଚାୟତ ଡିଙ୍ଗେଶ୍ବର ଗ୍ରାମରେ ଜନ୍ମଗ୍ରହଣ କରିଥିବା ବୁଲୁ ଭାଇ ଙ୍କୁ ଝୁରୁଛି ଗାଁ ମାଟି । ତେବେ ଡିଙ୍ଗେଶ୍ବର ଗାଁରେ ଆୟୋଜିତ ଦ୍ଵିତୀୟ ଶ୍ରାଦ୍ଧ ବାର୍ଷିକ ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ ଜଗତସିଂହପୁର ର୍ ପୂର୍ବତନ ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି, ଜିଲ୍ଲା ପରିଷଦ ଅଧ୍ୟକ୍ଷ ମନୋଜ କୁମାର ଭୋଇ, ବ୍ଲକ ଅଧ୍ୟକ୍ଷା କନକ ପ୍ରଭା ଲେଙ୍କା ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ମାନେ ଯୋଗ ଦେଇ ବୁଲୁ ଭାଇଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ସ୍ମୃତି ଚାରଣ କରିଥିଲେ । ପରେ ଯାତ୍ରା ଜଗତରେ ନାଁ କରିଥିବା ନିର୍ଦ୍ଦେଶକ ଓ କଳାକାର ମାନଙ୍କୁ ବୁଲୁ ଭାଇଙ୍କ ସ୍ମୃତି ଉଦ୍ଦେଶ୍ୟ ରେ ସମ୍ବର୍ଦ୍ଧିତ କରାଯାଇଥିଲା ।
Article Image
Article Image
Article Image
6