ବାଲିକୁଦା-ଏରସମା, 31/01/2026, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :

ବାଲିକୁଦା ବ୍ଲକ ଯାଦବ ମହାସଭାର ଏକ ସାଙ୍ଗଠନିକ ବୈଠକ ବଡଗାଁ ପଞ୍ଚାୟତ ସ୍ଥିତ ମା’ କରକେଇ ଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି । ବ୍ଲକ୍ ଯାଦବ ମହାସଭାର ସଭାପତି ଧର୍ମାନନ୍ଦ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ କାର୍ଯ୍ୟକାରୀ ସଭାପତି ଶରତ ଚନ୍ଦ୍ର ଦାସ, ପୂର୍ବତନ ସଭାପତି ବାବାଜୀ ଚରଣ ଦାସ, ଉପ ସଭାପତି ପ୍ରଫୁଲ୍ଲ କୁମାର ବାହାଲିଆ, ନରେଶ ଚନ୍ଦ୍ର ଦାସ, ସାଧାରଣ ସମ୍ପାଦକ ସୁଶାନ୍ତ କୁମାର ଦାସ, କୋଷାଧ୍ୟକ୍ଷ ବିଷ୍ଣୁ ପ୍ରସାଦ ଦାସ,ଉତ୍କଳ ଯାଦବ ମହାସଭା ର ଯୁଗ୍ମ ସମ୍ପାଦକ ତଥା ବ୍ଲକ ଯାଦବ ମହାସଭାର ସଂଗଠନ ସମ୍ପାଦକ କାର୍ତ୍ତିକ ଚନ୍ଦ୍ର ବେହେରା, ଯୁଗ୍ମ ସମ୍ପାଦକ ସୌମେନ୍ଦ୍ର କୁମାର ଦାସ, ହେମନ୍ତ କୁମାର ଦାସ, ପୂର୍ଣ୍ଣଚନ୍ଦ୍ର ଦାସ ପ୍ରମୁଖଙ୍କ ସହିତ ବିଭିନ୍ନ ପଞ୍ଚାୟତର ଯାଦବ ସଂଗଠକ ମାନେ ଯୋଗଦେଇ ଯାଦବ ମାନଙ୍କର ସାମାଜିକ, ଅର୍ଥନୈତିକ, ସାଂସ୍କୃତିକ ଓ ରାଜନୈତିକ ବିକାଶ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏହି ବୈଠକରେ ବାଲିକୁଦା ବ୍ଲକର ବିଭିନ୍ନ ପଞ୍ଚାୟତର ଗୋପାଳ ଭାଇ ମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବାଲିକୁଦା ବ୍ଲକର ୩୦ଟି ପଞ୍ଚାୟତରେ ଯାଦବ ମାନଙ୍କର ଉନ୍ନତି ପାଇଁ ପଞ୍ଚାୟତ ସ୍ତରରୁ ସଂଗଠନର ଆବଶ୍ୟକତା ରହିଛି ବୋଲି ମତପ୍ରକାଶ କରିଥିଲେ । ଯାଦବ ଜନ ଗଣନା ସହ ଯାଦବ ବହୁଳ ପଞ୍ଚାୟତକୁ ପ୍ରାଧାନ୍ୟ ଦେବା ଉପରେ ଆଲୋକପାତ କରାଯାଇଥିଲା । ଆସନ୍ତା ମାସରେ ବାଲିକୁଦା ବ୍ଲକ୍ ଯାଦବ ମହାସଭାର ନୂତନ କର୍ମକର୍ତ୍ତା ମାନଙ୍କର ଦାୟିତ୍ଵ ଗ୍ରହଣ ଉତ୍ସବ ପାଳନ କରିବା ରାଜ୍ୟ କମିଟି ସହିତ ଆଲୋଚନା କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଆସନ୍ତା ଦୋଳ ପୂର୍ଣ୍ଣିମାକୁ ପ୍ରତି ପଞ୍ଚାୟତ ସ୍ତରରେ ଭଲ ଭାବରେ ପାଳନ କରିବା ପାଇଁ ଏହି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା ।