ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ସିଦ୍ଧ ଗୁମ୍ଫା ପୀଠରେ ବିଶାଳ ହିନ୍ଦୁ ସମ୍ମିଳନୀ

ବାଲିତୁଠ / ଏରସମା, 31/01/2026, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
Article Image
ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ ଏରସମା ଖଣ୍ଡ ପକ୍ଷରୁ ୯ ଟି ପଞ୍ଚୟତର ସମଗ୍ର ହିନ୍ଦୁ ସମାଜ ମାଧ୍ୟମ ରେ ନୂଆଗାଁ ସ୍ଥିତ ସିଦ୍ଧ ଗୁମ୍ଫା ପୀଠରେ ଶନିବାର ଭବ୍ୟ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଇଛି।ଏଥିରେ ନୂଆଗାଁ,ଢ଼ିଙ୍କିଆ, ବାଲିତୁଠ,ବାମଦେଇପୁର,ଗଡ଼କୁଜଙ୍ଗ, ଅନ୍ଧାରୀ,ଚଟୁଆ,ବଳେଇପୁର ପଞ୍ଚାଯତରୁ ଦୁଇ ହଜାରରୁ ଉର୍ଦ୍ଧ ହିନ୍ଦୁ ଯୋଗ ଦେଇଥିଲେ।ଚକୁଳିଆ ସ୍ଥିତ ସ୍ଵାମୀ ନାରାୟଣ ବିଦ୍ୟାମନ୍ଦୀର ଛାତ୍ରୀ ମାନଙ୍କ ଦ୍ଵାରା ପରିବେଷିତ ବେଦ ପାଠ ଓ ସଙ୍କୀର୍ତ୍ତନରେ ସନ୍ଥ ମାନଙ୍କୁ ନୂଆଗାଁ ବିଦ୍ୟାଳୟ ଛକରୁ ଏକ ଶୋଭାଯାତ୍ରାରେ ପାଛୋଟି ନିଆଯାଇଥିଲା।ସ୍ଵାମୀ ସନ୍ଥ ସାଗର ଦାସ ମହାରାଜ,ସ୍ଵାମୀ ସୁଖ ଦର୍ଶନ ଦାସ ମହାରାଜ,ସତ୍ ସ୍ଵରୁପନନ୍ଦ ଗିରି ଓ ବାୟା ବାବା ସମ୍ମିଳନୀରେ ଯୋଗଦେଇ,ହିନ୍ଦୁଧର୍ମ ଓ ଭାରତୀୟ ସଂସ୍କୃତିର ସୁରକ୍ଷା ସହିତ ରାଷ୍ଟ୍ର ନିର୍ମାଣ ପାଇଁ ହିନ୍ଦୁ ଜାଗରଣର ଆବଶ୍ୟକତା ଜରୁରୀ ବୋଲି ବୋଲି କହିଥିଲେ।ଏଥି ସହିତ ସଭିଏଁ ରାଷ୍ଟ୍ରବାଦୀ ହେବାକୁ ଆହ୍ୱାନ ଦେଇଥିଲେ।ଏହି ଅବସରରେ କନ୍ୟା ପୂଜନ,ଗୋପୂଜନ ଓ ହନୁମାନ ଚାଳିଶା ପାଠ କରାଯାଇଥିଲା।ରାଷ୍ଟ୍ରୀୟ ସ୍ଵୟଂ ସେବକ ବିଭାଗ ପ୍ରଚାରକ ଲକ୍ଷ୍ମୀଧର ପରିଡ଼ା,ପ୍ରାନ୍ତ ପ୍ରଚାର ପ୍ରମୁଖ ସୁମନ୍ତ ପଣ୍ଡା,ଧର୍ମ ଜାଗରଣ ଅଧିକାରୀ ମାନସ ବୈରିଶଲ୍ୟ,ସ୍ଵାମୀ ନାରାୟଣ ବିଦ୍ୟାଳୟର ପ୍ରତିଷ୍ଠାତା ପିତାମ୍ବର ଜେନା, ଖଣ୍ଡ ଧର୍ମ ଜାଗରଣ ସଂଯୋଜକ ମନୋରଞ୍ଜନ ଦାସ,କ୍ଷୀରୋଦ ଚନ୍ଦ୍ର ପରିଡା ଓ ତପନ ସାମନ୍ତରାୟ ପ୍ରମୁଖ କାର୍ଯ୍ୟ କ୍ରମରେ ଯୋଗ ଦେଇଥିଲେ।ଆଶୁତୋଷ ଦାସ, ଅବନୀ ଭୂୟାଁ, ଧୀରେନ୍ଦ୍ର ମହାନ୍ତି,ପ୍ରକାଶ ପଳେଇ,ପବିତ୍ର ସ୍ୱାଇଁ ଓ ଆଶିଷ ସ୍ୱାଇଁ ପ୍ରମୁଖ ସହଯୋଗ ପ୍ରଦାନ କରିଥିଲେ।
Article Image
14