ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଜାତୀୟ ସଡ଼କ ସୁରକ୍ଷା ମାସ ୨୦୨୬ ର ଉଦ୍ଜାପନ ଦିବସ

ଜଗତସିଂହପୁର, 31/01/2026, ଉତ୍କଳ voice news - utkalvoicenews.com( ଜିଲ୍ଲା ପ୍ରତିନିଧି ନୃସିଂହ ଚରଣ ମଲ୍ଲିକ ଙ୍କ ରିପୋର୍ଟ ) :
Article Image
ଜଗତସିଂହପୁର ଜିଲ୍ଲା ନିମାଇଁ ଭବନ (ଟାଉନ ହଲ) ରେ ଜାତୀୟ ସଡ଼କ ସୁରକ୍ଷା ମାସ ୨୦୨୬ ର ଉଦ୍ଜାପନ ହୋଇଛି । ଚଳିତ ମାସ ପ୍ରଥମ ଦିନରୁ ଏହି କାର୍ଯ୍ୟକ୍ରମ ଜଗତସିଂହପୁର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ରୁ ସମସ୍ତ ଅଟୋ ମୋବାଇଲ ଡିଲର ମାନଙ୍କୁ ନେଇ ବାଇକ ରାଲି ଆରମ୍ଭ ହୋଇ ଜଗତସିଂହପୁର ସହର ପରିକ୍ରମା କରି ଗାନ୍ଧୀ ଛକ ପର୍ଯ୍ୟନ୍ତ ସଚେତନତା କାର୍ଯ୍ୟକ୍ରମ ଚାଲିଥିଲା ପରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ସଚେତନତାଧର୍ମୀ ସଭା ସହିତ ପଥପ୍ରାନ୍ତ ନାଟକ ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ।
Article Image
ପରେ ସମଗ୍ର ଜିଲ୍ଲାର ପଞ୍ଚାୟତ ସ୍ତରରୁ ଆରମ୍ଭ କରି ବ୍ଲକ ସ୍ତର ପର୍ଯ୍ୟନ୍ତ ଏବଂ ବିଭିନ୍ନ କଲେଜରେ ଛାତ୍ର ଛାତ୍ରୀ ଙ୍କ ସହ ଜନସାଧାରଣ ଙ୍କୁ ନେଇ ସଡ଼କ ସୁରକ୍ଷା ମାସ ୨୦୨୬ ର ସଚେତନତା କାର୍ଯ୍ୟକ୍ରମ ହୋଇଥିବାର ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ଦିପକ କୁମାର ସେଠୀ ସୁଚନା ଦେଇଥିଲେ। ତତସହିତ ଉପସ୍ଥିତ ସମସ୍ତ ଜନସାଧାରଣଙ୍କୁ ସଡ଼କ ସୁରକ୍ଷା ସଚେତନତା ପାଇଁ ସପଥପାଠ କରାଇଥିଲେ।ଏଥିରେ ଜିଲାପାଳ ଶ୍ରୀ ଜେ ସୋନାଲ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ।କାର୍ଯ୍ୟକ୍ରମ ରେ ପ୍ରଦିପ ଉଜ୍ବଳ କରିବା ସହ ସମସ୍ତେ ରାସ୍ତା ରେ ଗଲାବେଳେ ସଚେତନ ହେଲେ ସଡ଼କ ଦୁର୍ଘଟଣା କୁ ଏଡ଼ାଇ ଦିଆଯାଇ ପାରିବ ବୋଲି ମତବ୍ୟକ୍ତ ରଖିଥିଲେ। ଏଥିରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଙ୍କିତ ବର୍ମା ଯୋଗଦେବା ସହ ,ସମସ୍ତେ ଶୃଙ୍ଖଳାର ସହ ନିୟମ ମାନିଲେ ଦୁର୍ଘଟଣା କୁ ନିୟନ୍ତ୍ରଣ କରିହେବ ବୋଲି ବକ୍ତବ୍ୟ ରକ୍ଷିଥିଲେ। ତତସହିତ ଯେଉଁ ମାନେ ଦୁର୍ଘଟଣା ରେ ସହଯୋଗ କରୁଛନ୍ତି ସେମାନଙ୍କୁ ଭୂରି ଭୂରି ପ୍ରଶଂସା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।ଅତିରିକ୍ତ ଜିଲ୍ଲାପାଳ , ପାରାଦୀପ ଶ୍ରୀ ନିରଞ୍ଜନ ବେହେରା , ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ଜଗତସିଂହପୁର ସିମା ଜେନା ଏବଂ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ, ପାରାଦୀପ ଶ୍ରୀ ଅଭିଷେକ ପଣ୍ଡା ସମ୍ମାନୀତ ଅତିଥି ଭାବରେ ଯୋଗଦାନ ଦେଇଥିଲେ ।ଯେଉଁମାନେ ଚଳିତ ମାସସାରା ସଡ଼କ ସଚେତନତା କାର୍ଯ୍ୟକ୍ରମ ତ୍ୱରାନ୍ୱିତ କରିଥିଲେ ସେମାନଙ୍କୁ ମଞ୍ଚରେ ସମ୍ମାନିତ କରାଯାଇଥିଲା ସେଥିମଧ୍ୟରୁ ପି ପି ଏଲ, ପାରାଦୀପ ,ଇଫକୋ ପାରାଦୀପ,ଆଇ ଓ ସି ଏଲ ପାରାଦୀପ,ଓ ଏସ ଏଲ , ପାରାଦୀପ,ପାରାଦୀପ ଟ୍ରକ ମାଲିକ , ଜଗତସିଂହପୁର ଟ୍ରକ ମାଲିକ ସଂଘ, ଜଗନ୍ନାଥ ଟ୍ରକ ମାଲିକ ସଂଘ,ପାରାଦୀପ ବସ୍ ମାଲିକ ସଂଘ, ଜଗତସିଂହପୁର ବସ୍ ମାଲିକ ସଂଘ, ସୁଶ୍ରୀ ଅଟୋମୋଟିଭ, କାଞ୍ଚନ ମୁରଲି ହୁଣ୍ଡା, ଗିତା ମୋଟରସ୍, ସୁନି ଅଟୋ ବାଇକ, ମୈତ୍ରୀ ଅଟୋ କେୟାର,ଏବଂ ଗୁରୁ ଗୋରେଖ ର ସତ୍ଵାଧିକାରୀ ଶ୍ରୀ ସୁର୍ଯ୍ୟ ନାରାୟଣ ମହାନ୍ତି,ରାସ୍ତା ରେ ଦୁର୍ଘଟଣା ଗ୍ରସ୍ତ ପିଡ଼ିତ ଙ୍କୁ ସାହାଯ୍ୟ କରୁଥିବା ଦେବଦୁତ ଶ୍ରୀ ପଙ୍କଜ ତରାଇ ଏବଂ ତାଙ୍କର ୩୦ ଜଣ ସହଯୋଗୀ,ବ୍ୟାସ ଫାଉଣ୍ଡେସନ ର ପରିଚାଳକ ଶ୍ରୀମତୀ ସ୍ନେହାଶ୍ରୀ ଆଚାର୍ଯ୍ୟ, ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ କରୁଥିବା ସମାଜସେବୀ ଡଃ ସୁନାକର ବେହେରା, ବିଭିନ୍ନ କଲେଜରେ ସଚେତନତା କାର୍ଯ୍ୟକ୍ରମ କରିଥିବା ଡିଏସପି ଶ୍ରୀମତୀ ମାଝୀ ଇତ୍ୟାଦି ଙ୍କୁ ମଞ୍ଚରେ ସମ୍ମାନିତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ଅଧ୍ୟାପକ ତଥା ରାଜ୍ୟ ରେଡକ୍ରସ ସୋସାଇଟି ସଂଯୋଜକ ଶ୍ରୀ ଗୋପାଳ କୃଷ୍ଣ ମିଶ୍ର ସୁନ୍ଦର ଭାବରେ ସଂଯୋଜନା କରିଥିଲେ। ଶେଷରେ କନିଷ୍ଠ ମୋଟରଯାନ ନିରିକ୍ଷକ ଶ୍ରୀମତି ମନୋରମା ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ଉକ୍ତ କାର୍ଯ୍ୟକ୍ରମକୁ ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ପ୍ରତାପ କୁମାର ବେହେରା ଏବଂ ସମସ୍ତ କର୍ମଚାରୀ ପରିଚାଳନା କରିଥିଲେ।
Article Image
7