ଢେଙ୍କାନାଳ, 01/02/2026, ଉତ୍କଳ voice news - utkalvoicenews.com( ଢେ଼ଙ୍କାନାଳ ରୁ ଶୁଭମ୍ ପାଣି ଙ୍କ ରିପୋର୍ଟ ) :
କରୁଣା ବରୁଣାଳୟ ନନ୍ଦନନ୍ଦନଙ୍କ ଅପାର କୃପାରୁ ହୀରାସାଗର ପୋଖରୀର ଦକ୍ଷିଣପଟ ହୁଜାରେ ଶ୍ରୀ ଶ୍ରୀ ଷଡଭୁଜ ଗୌରାଙ୍ଗ ମହାପ୍ରଭୁଙ୍କର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିବା ଅହୋରାତ୍ର ନାମଯଜ୍ଞ ଉଦ୍ଦ୍ଯାପନ ହୋଇଯାଇଅଛି । ଏହି ଅହୋରାତ୍ର ନାମଯଜ୍ଞରେ ଆଖପାଖ ଅଂଚଳର ୩ ଦଳ କୀର୍ତନ ମଣ୍ଡଳୀ ଯୋଗଦେଇଥିଲେ । ଅଦ୍ୟ ନଗର କୀର୍ତନରେ ଦୁଇଦଳ ସଂକୀର୍ତନ ମଣ୍ଡଳୀ ନଗର ଭ୍ରମଣ କରିବା ପରେ ଦଧୂହାଣ୍ଡି ଭଗ୍ନ କରାଯାଇଥିଲା । ମଧ୍ୟାହ୍ନରେ ୭ଶହରୁ ଉର୍ଦୁ ଭକ୍ତ ପ୍ରସାଦସେବନ କରିଥିଲେ । ମୁଖ୍ୟ ପୂଜକ ଜଗନ୍ନାଥ ତ୍ରିପାଠୀ ସମସ୍ତ ପୂଜାକୁ ସମ୍ପାଦନ କରିଛନ୍ତି । ସଭାପତି ସୁଲୋଚନା ସାହୁ, ସଦସ୍ୟା ଗେହ୍ଲି ବେହେରା, ସଞ୍ଜୁ ବେହେରା, କୁନା ସାହୁ, କାହ୍ନା ମହାର, ପ୍ରତିମା ବେହେରା, ବାସନ୍ତି ସାହୁ, ବିନୋଦିନୀ ସୁବୁଦ୍ଧି, ଖଗେଶ୍ବର ମହାରଣା, ଭାରତୀ, ବାଙ୍କି ସାହୁ, କମଳା ବେହେରା, ବାଲୁରି ବେହେରା, ଲକ୍ଷ୍ମୀ ବେହେରା, ରବି ବେହେରା, ଯଶୋଦା ମହାରଣା, ଅଙ୍କିତା ସାହୁ, ପହଲି ସାହୁ, ରାଣୀ ବେହେରା, ନୟନ ବେହେରା, କୁନି, ସୁନ୍ଦର ବେହେରା, କମଳା ବେହେରା ଓ ବିଙ୍ଗଳି ସାହୁ ପ୍ରମୁଖ ଉପସ୍ଥିତ ରହି ପୂଜାକୁ ସୂଚାରୁ ରୂପେ ତୁଲାଇଥିଲେ ।