ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

"ଘୁମୁସର ର ସ୍ବର" ପକ୍ଷରୁ ୧୫୮ ତମ ପୁର୍ଣ୍ଣିମା ସାହିତ୍ୟ ଆସର ଓ ସମ୍ବର୍ଦ୍ଧନା ସଭା

ବୁଗୁଡ଼ା, 01/02/2026, ଉତ୍କଳ voice news - utkalvoicenews.com( ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ ) :
Article Image
ଓଡ଼ିଆ ଭାଷା ସାହିତ୍ୟ କଳା ଓ ସଂସ୍କୃତି ଗବେଷଣା ପ୍ରତିଷ୍ଠାନ ଘୁମୁସର ର ସ୍ବର ବାଲିପଦର ପକ୍ଷରୁ ୧୫୮ ତମ ପୁର୍ଣ୍ଣିମା ସାହିତ୍ୟ ଆଲୋଚନା ଚକ୍ର ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ପ୍ରତିଷ୍ଠାନର ସଭାପତି ଡକ୍ଟର ବି.ପ୍ରକାଶ ଚନ୍ଦ୍ର ପାତ୍ର ପୌରହିତ୍ଯ କରିଥିବା ବେଳେ ମୁଖ୍ଯ ଅତିଥି ଭାବେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଅଜିତ୍ କୁମାର ସେଠୀ,ଡକ୍ଟର ବ୍ରଜ କିଶୋର ପାଢ଼ୀ ମୁଖ୍ଯ ବକ୍ତା, କବି ସୁଶାନ୍ତ କୁମାର କର ଓ ଚିନ୍ତାମଣି ପ୍ରଧାନ ସମ୍ମାନିତ ଅତିଥି, ଚିନ୍ମୟ କୁମାର ମିଶ୍ର ସଂଯୋଜକ, ପ୍ରବଚକ ଭାବେ କଥା ରତ୍ନ ଜ୍ଞାନ ରଞ୍ଜନ ଜେନା ଯୋଗଦେଇ ଥିବା ବେଳେ ସମ୍ବର୍ଦ୍ଧିତ ବ୍ଯକ୍ତିତ୍ବ ଭାବେ ଚିନଂ ମହେନ୍ଦ୍ର କୁମାର ପାତ୍ର ଯୋଗଦେଇ ଧରାକୋଟ ରାଜ୍ଯର କଳା, ସାହିତ୍ୟ, ସଂସ୍କୃତି ଅତି ମହାନ୍ କୃଷ୍ଣସିଂହଙ୍କ ରଚିତ ମହାଭାରତ ଭଳି ସାହିତ୍ୟ ଆଉ ଉତ୍ତର ପିଢ଼ି ବୁଝି ପାରିବେକି ନାହିଁ ସନ୍ଦେହ ହୋଇ ପଡିଛି। ଏଣୁ ପ୍ରାଚୀନ ସାହିତ୍ୟ ଗୁଡିକୁ ଅଧୟନ କରିବା ପାଇଁ ଆଧୁନିକ ଯୁବ ପିଢ଼ିଙ୍କୁ ସଚେତନ କରାଇବା ଆମ ମାନଙ୍କ ଦାୟିତ୍ୱ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ। ଶେଷରେ ଖଲିପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ l
Article Image
9