ପାରାଦୀପ, 02/02/2025, ଉତ୍କଳ voice news - utkalvoicenews.comପାରାଦୀପ ବଡ ପଡିଆ ମାର୍କେଟ ପଛପଟ ବସ୍ତିରେ ଅଗ୍ନିକାଣ୍ଡ ଘଟି ଜଳିଗଲା ୪ ଚାଳଘର।ଖବରପାଇ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ପହଞ୍ଚି ନିଆଁ କୁ କଲେ ଆୟତ୍ତ।
ଅଗ୍ନିକାଣ୍ଡ ରେ ୪ଟି ଘର ନିଆଁ ଲାଗିଥିବା ବେଳେ ୩ଟି ଘର ର ସମସ୍ତ ଆସବାବପତ୍ର ପୋଡି ପାଉଁଶ ଯାଇଥିବା ଜଣାପଡିଛି। ସୂଚନାନୁଯାୟୀ ବିଳମ୍ବିତ ରାତି ୧୨ଟା ସମୟ ପରେ କୌଣସି କାରଣରୁ ଜଣେ ଅସହାୟ ମହିଳା ଙ୍କ ଘରେ ନିଆଁ ଲାଗି ବ୍ୟାପି ଯାଇଥିଲା। ଫଳରେ ୪ଟି ଘର ନିଆଁ ଲାଗି ଯାଇଥିବା ବେଳେ ମଶା ଧୁଆଁ ରୁ ନିଆଁ ଲାଗିଥାଇ ପାରେ ଅନୁମାନ କରା ଯାଉଛି। ତେବେ ବ୍ୟକ୍ତି ଜଣଙ୍କ ଘରେ ମଶା ଧୁଆଁ ଦେବାପାଇଁ ଅଣ୍ଡା ଖୋଳ ରେ ନିଆଁ ଲଗାଇ ଥିବା ବେଳେ କୌଣସି କାରଣରୁ ସେଥିରୁ ନିଆଁଲାଗି ଘର ହୁତୁ ହତୁ ହୋଇ ଜଳି ଯାଇଥିଲା। ମାର୍କେଟ ର କିଛି ବ୍ୟବସାୟୀ ଦେଖି ଚିତ୍କାର କରିବା ପରେ ସ୍ଥାନୀୟ ଲୋକେ ପାଣିପକାଇ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ନିଆଁ ଲିଭିନଥିଲା। ଖବରପାଇ ପାରାଦୀପ ର ଦୁଇଟି ସିଆଇଏସ୍ଏଫ୍ ର ଅଗ୍ନିଶମ ବିଭାଗ ଗାଡି ପହଞ୍ଚି ନିଆଁକୁ ଆୟତ କରିଥିଲେ।