ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ନୂଆପୋଖରୀ ସତସଙ୍ଗ କେନ୍ଦ୍ରର ବାର୍ଷିକ ଉତ୍ସବ ଓ ଠାକୁର ଅନୁକୂଳଚନ୍ଦ୍ର ଙ୍କ୧୩୮ ତମ ଜନ୍ମଉତ୍ସବ

ତିର୍ତ୍ତୋଲ, 01/02/2026, ଉତ୍କଳ voice news - utkalvoicenews.com( ତିର୍ତୋଲ ରୁ ଜଗନ୍ନାଥ ପ୍ରସାଦ ସାହୁ ଙ୍କ ରିପୋର୍ଟ ) :
Article Image
ତିର୍ତ୍ତୋଲ ଥାନା ଅନ୍ତର୍ଗତ ନୂଆପୋଖରୀ ସତସଙ୍ଗ କେନ୍ଦ୍ର ପରିସରରେ ଠାକୁର ଅନୁକୂଳଚନ୍ଦ୍ର ଙ୍କ୧୩୮ ତମ ଜନ୍ମ ବାର୍ଷିକ ଉତ୍ସବ ସାଡ଼ମ୍ବରେ ପାଳିତ ହୋଇଯାଇଛି।ପ୍ରତ୍ୟୁଷ ରୁ ବେଦ ମାଙ୍ଗଳିକ ଉଷାକୀର୍ତନ ପ୍ରାର୍ଥନା ପ୍ରାଣମି ଗ୍ରନ୍ଥ ପାଠ ଭଜନ କୋରସ କୀର୍ତ୍ତନ ମଧ୍ୟାନ୍ନ ରେ ସଦାଲୋଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମ ରେ ଶିକ୍ଷାବିତ ସ.ପ୍ର.ଋ. ରତ୍ନାକର ନାୟକ ଅଧକ୍ଷତା କରିଥିବାବେଳେ, ପଣ୍ଡିତ ହୃଷିକେଶ ଆଚାର୍ଯ୍ୟ, ଇ.ପ୍ରଭାକର ଭାଇ, ପିଙ୍କୁ ଭାଇ, ସତ୍ୟବାନ ତ୍ରିପାଠୀ, ସ୍ମୃତି ଭାଇ, ସୁରେନ୍ଦ୍ର ଷଡଙ୍ଗୀ, ସାରଦା ପ୍ରସନ୍ନ ଦାଶ ପ୍ରମୁଖ ଯୋଗଦେଇଥିଲେ।ସ୍ଥାନୀୟ କର୍ମୀ ହେମନ୍ତ ବର୍ଦ୍ଧନ, ହେମନ୍ତ ନନ୍ଦ, କେନ୍ଦ୍ର ପରିଚାଳକ ଆଇନିଜିବି ସରୋଜ ପାଣିଗ୍ରାହୀ ଙ୍କ ସମେତ ସ୍ଥାନୀୟ ଭାଇ ଓ ମା ମାନେ ଏହି ଉତ୍ସବ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ।ମାତୃସମ୍ମିଳନୀ ଓ ସନ୍ଧ୍ୟା ପ୍ରାର୍ଥନା ପ୍ରାଣମି ଗ୍ରନ୍ଥ ପାଠ ନମ ଜପ ଭଜନ କୀର୍ତ୍ତନ ପରେ ସତସଙ୍ଗ ଉତ୍ସବ ଉଦଯାପିତ ହୋଇଥିଲା
Article Image
48