ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଆଦର୍ଶ ଶିକ୍ଷକଙ୍କ ଶ୍ରାଦ୍ଧବାର୍ଷିକୀ

ଜଗତସିଂହପୁର / ପଣ୍ଡୁଆ ଗ୍ରାମ , 01/02/2026, ଉତ୍କଳ voice news - utkalvoicenews.com( ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :
Article Image
ଆଜି ଅଗ୍ନି ଉତ୍ସବର ପାବନ ଅବସରରେ ପଣ୍ଡୁଆ ଗ୍ରାମର ବରେଣ୍ଯ ଶିକ୍ଷକ ସ୍ୱର୍ଗତ ବଂଶୀଧର ଜେନାଙ୍କର ତୃତୀୟ ବାର୍ଷିକ ଶ୍ରାଦ୍ଧୋତ୍ସବ ତାଙ୍କର ବାସଭବନରେ ଏକ ଭାବବିହ୍ୱଳ ପରିବେଶରେ ଅନୁଷ୍ଠିତ ହୋଇ ଯାଇଛି । ପ୍ରାରମ୍ଭିକ ସଂକୀର୍ତ୍ତନ ଓ ସମବେତ ଭୋଜନରେ ପଣ୍ଡୁଆ ଗ୍ରାମବାସୀ ଏବଂ ଏ ଅଞ୍ଚଳର ଅନେକ ଗଣ୍ଯମାନ୍ଯ ବ୍ଯକ୍ତି  ଯୋଗଦାନ କରି ଦିବଂଗତ ଆତ୍ମାର ସଦ୍ଗତି କାମନା କରିଥିଲେ । ଉକ୍ତ ଉତ୍ସବରେ ତାଙ୍କର ଧର୍ମପତ୍ନୀ ବିମଳା ଜେନା , ଜ୍ଯେଷ୍ଠପୁତ୍ର ଭାରତୀୟ ଇସ୍ପାତ ପ୍ରାଧିକରଣରୁ ସେବାନିବୃତ୍ତ ମହାପ୍ରବନ୍ଧକ ଜେନାମଣି ବିଜୟ କୁମାର ରାୟ , ଜ୍ଯେଷ୍ଠ ପୁତ୍ରବଧୂ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ପ୍ରଭାତୀ ରାୟ , ମଧ୍ଯମ ପୁତ୍ର ଅବସରପ୍ରାପ୍ତ ପ୍ରାଧ୍ଯାପକ ଜେନାମଣି ବିନୋଦ କୁମାର ରାୟ , ମଧ୍ଯମା ପୁତ୍ରବଧୂ ଅନ୍ନପୂର୍ଣ୍ଣା ରାୟ , କନିଷ୍ଠ ପୁତ୍ର ସେବା ନିବୃତ୍ତ ମୁଖ୍ଯ ଜିଲ୍ଲା କୃଷି ଅଧିକାରୀ ଜେନାମଣି ବିଭୂତି ଭୂଷଣ ରାୟ , କନିଷ୍ଠା ପୁତ୍ରବଧୂ ନମିତା ରାୟ , କନ୍ଯା ବୈଜୟନ୍ତୀ ମାଳା ରାୟ , କନିଷ୍ଠା କନ୍ଯା ବୀଣାପାଣି ରାୟ , ଦୌହିତ୍ର ଆଇନିଜୀବୀ ସାନିଧ୍ୟ ସଦୁଆଲ , ସମାଜ ସେବୀ ଡକ୍ଟର ସୁନାକର ବେହେରା , ଶିକ୍ଷକ ରବୀନ୍ଦ୍ର କୁମାର ପରିଡା, ନିମାଇଁ ଚରଣ ମନ୍ତ୍ରୀ, ଅବସରପ୍ରାପ୍ତ ବାୟୁସେନା କର୍ମଚାରୀ ଗୌର ହରି ମନ୍ତ୍ରୀ, କ୍ୟାପଟେନ ଗଦାଧର ମନ୍ତ୍ରୀ ଆଦି , ସମାଜ ସେବୀ ଜ୍ୟୋତ୍ସ୍ନା ରାଣୀ ମନ୍ତ୍ରୀ ଆଦି ଉପସ୍ଥିତ ଥିଲେ । ଜ୍ଯେଷ୍ଠ ପୁତ୍ର ବିଜୟ  ସଂକୀର୍ତ୍ତନ ମଣ୍ଡଳୀର ସମସ୍ତ ସଭ୍ଯ ତଥା ଯୋଗଦାନକାରୀ ସମସ୍ତ ବ୍ଯକ୍ତି ବିଶେଷଙ୍କୁ ସକୃତଜ୍ଞ ଧନ୍ଯବାଦ ଅର୍ପଣ କରିଥିଲେ ।
Article Image
3