କୁଜଙ୍ଗ / ଗୋପିଆକୁଦ, 02/02/2026, ଉତ୍କଳ voice news - utkalvoicenews.com( ଜିଲ୍ଲା ପ୍ରତିନିଧି ନୃସିଂହ ମଲ୍ଲିକ ଙ୍କ ରିପୋର୍ଟ ) :
ରିଖ ପାରାଦ୍ଵୀପ ସ୍ଥିତ ଗୋପିଆକୁଦ ଗ୍ରାମ ପଞ୍ଚାୟତରେ ଶ୍ରୀ ଗୁରୁ ରବିଦାସ ଜୀ ମହାରାଜଙ୍କ 649ତମ ଜନ୍ମବାର୍ଷିକୀ ଦିବସ ପାଳିତ ହୋଇଯାଇଅଛି। ଉକ୍ତ ଦିବସରେ ଜଗତସିଂପୁର ବିଜେପି ଜିଲ୍ଲା ଏସସି ମୋର୍ଚ୍ଚା ଉପାଧ୍ୟକ୍ଷ ପ୍ରବୀଣ ଶିବ ଚରଣ ମଲ୍ଲିକ ଏବଂ ଗୋପିଆକୁଦ ଗ୍ରାମ ପଞ୍ଚାୟତର ଏସସି ମୋର୍ଚ୍ଚା ସଭାପତି ଶ୍ରୀ ଅଜୟ କୁମାର ମଲ୍ଲିକଙ୍କ ନେତୃତ୍ୱରେ ଏହି ସ୍ମାରକୀ ସଭା ଅନୁଷ୍ଠିତ ହୋଇଥିଲା। ଶତାଧିକ ବିଜେପି କର୍ମୀଙ୍କ ସମେତ ଶତାଧିକ ମହିଳା, ପୁରୁଷ ,ଯୁବକ ଯୁବତୀ ଏବଂ ଭଦ୍ରଲୋକ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଶ୍ରୀ ଗୁରୁ ରବିଦାସଜୀ ମହାରାଜଙ୍କ ଜୀବନୀ, ଆଦର୍ଶ ଏବଂ ଐତିହ୍ୟ ବିଷୟରେ ମଧ୍ୟ ଆଲୋଚନା କରିଥିଲେ।