ଏରସମା, 02/02/2026, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
ଏରସମା ବ୍ଲକ ଅନ୍ତର୍ଗତ ଭିତର ଅନ୍ଧାରୀ ପଞ୍ଚାୟତ ଗୁଆମୁଣ୍ଡା ଆଶ୍ରମରେ ୩୧/୦୧ ଠାରୁ ୧/୦୨ ରିଖ ପଯ୍ୟନ୍ତ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଯାଇଛି। ଏହା ୨୬ତମ ବାର୍ଷିକ ବ୍ରହ୍ମ ଏକାକ୍ଷର ମହାମେଳା ଥିଲା। ଏହି ମହାମେଳାରେ ହଜାର ହଜାର ଭକ୍ତ ପ୍ରେମୀ ବା ସତ୍ୟ ପ୍ରେମୀ ମାନେ ଏହି ୨୪ ତମ ବାର୍ଷିକ ମହାମେଳାରେ ଯୋଗ ଦେଇଥିଲେ।

ପ୍ରଥମ ଦିବସରେ ସନାତନ ପରଂବ୍ରହ୍ମ ଙ୍କ ଅଖଣ୍ଡ ନାମଯଜ୍ଞ ଶୁଭାରମ୍ଭ ହୋଇଥିଲା । ଦିତୀୟ ଦିବସରେ ହୋମଯଜ୍ଞ ଓ ମାନବତତ୍ବ ଉପରେ ପ୍ରବଚନ କାର୍ଯ୍ୟକ୍ରମ କରାଯାଇଥିଲା ହୋମଯଜ୍ଞ ପୂର୍ଣ୍ଣାହୁତି ଅପରାହ୍ନ ୫ ଟା ବେଳେ ହୋଇଥିଲା। ତା ସହିତ ଆତ୍ମତତ୍ବ ସମ୍ବନ୍ଧୀୟ ପ୍ରବଚନ କାର୍ଯ୍ୟକ୍ରମକୁ ସନାତନ ଧର୍ମ ଜ୍ଞାନଚକ୍ର ସଙ୍ଗଠନ ର ଉପଦେଷ୍ଟା ତଥା ସଦଗୁର ଦାସ ନୃସିଂହ ଚରଣ ପ୍ରଧାନ ମହାରାଜା ମନସ୍ତତ୍ତ୍ୱ ଆତ୍ମତତ୍ତ ଓ ବ୍ରହ୍ମ ତତ୍ତ୍ଵ ଉପରେ ଆଲୋଚନା କରିଥିଲେ
ଦୁଇ ଦିନ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ଏହି କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ ସନାତନ ଧର୍ମ ଜ୍ଞାନଚକ୍ର ସଙ୍ଗଠନ ର ସଭାପତି ଭିକାରୀ ଚରଣ କାଣ୍ଡୀ, ଉପ ସଭାପତି ସୁଦର୍ଶନ ସ୍ଵାଇଁ, ସମ୍ପାଦକ ବଲ୍ଲଭ କୁମାର ପ୍ରଧାନ, ସହ ସମ୍ପାଦକ ଅକ୍ଷୟ କୁମାର ଦାଶ, କୋଷାଧ୍ୟକ୍ଷା ରଞ୍ଜିତା ସାହୁ,କୁନିଲତା ପ୍ରଧାନ, ଗୟାଧର ପରିଡ଼ା, ପ୍ରଫୁଲ୍ଲ ପରିଡ଼ା, ଗୋବିନ୍ଦ ଦଳାଇ, ପଞ୍ଚାନନ ପଲେଇ,ଧନୀ ଦାସ, ସୁଶାନ୍ତ ଦାସ, ଚିକୁ ପ୍ରଧାନ,ପ୍ରକାଶ ଦାସ,ଦିଜ ପରିଡ଼ା,ଚିଣ୍ଟୁ ପ୍ରଧାନ, ଚନ୍ଦନ ଦାସ ଆକାଶ ପ୍ରଧାନ,ସଞ୍ଜୟ ଦାସ ସହଯୋଗ କରିଥିଲେ ।