ଏରସମା, 02/02/2026, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
ଏରସମା ବ୍ଲକ ଅନ୍ତର୍ଗତ କିମିଲୋ ସରକାରୀ ପ୍ରାଥମିକ ବିଦ୍ୟାଳୟର ଆଦର୍ଶ ଶିକ୍ଷୟତ୍ରୀ ଶ୍ରୀମତୀ ଦେବଯାନୀ ଆଚାର୍ଯ୍ୟଙ୍କ ଜନ୍ମଦିବସ ମାଘ ଶୁକ୍ଳପକ୍ଷ ପୂର୍ଣିମା ତିଥି ତଥା ପାରମ୍ପରିକ ଅଗ୍ନି ଉତ୍ସବ ଅବସରରେ ଭକ୍ତିମୟ ପରିବେଶରେ ମହାସମାରୋହରେ ପାଳିତ ହୋଇଯାଇଛି।
ସୂଚନା ଅନୁସାରେ, ଶ୍ରୀମତୀ ଆଚାର୍ଯ୍ୟ ଛାତ୍ରଛାତ୍ରୀମାନଙ୍କୁ ଗୁଣବତ୍ତାମୂଳକ ଶିକ୍ଷା ପ୍ରଦାନ କରିବା ସହିତ ବୃକ୍ଷରୋପଣ ଓ ପରିବେଶ ସୁରକ୍ଷା କ୍ଷେତ୍ରରେ ନିରନ୍ତର ସଚେତନତାମୂଳକ କାର୍ଯ୍ୟ କରିଆସୁଛନ୍ତି। ଏହି କାର୍ଯ୍ୟକ୍ରମ ପ୍ରକୃତିବନ୍ଧୁ ଯଯାତି କେଶରୀ ସାମନ୍ତରାୟଙ୍କ ତତ୍ତ୍ୱାବଧାନରେ ସୁଚାରୁରୂପେ ପାଳିତ ହୋଇଥିଲା।
ଏହି ଅବସରରେ ଶ୍ରୀମତୀ ଆଚାର୍ଯ୍ୟ ସମାଜକୁ ବାର୍ତ୍ତା ଦେଇ କହିଥିଲେ ଯେ, ଓଡ଼ିଆ ପାରମ୍ପରିକ ରୀତିନୀତି ଅନୁଯାୟୀ ଜନ୍ମଦିନ ପାଳନ କରିବା ସହିତ ପ୍ରତ୍ୟେକ ବ୍ୟକ୍ତି ମା’ ପ୍ରକୃତିର ସୁରକ୍ଷା ପାଇଁ ଗୋଟିଏ ବୃକ୍ଷ ରୋପଣ କରିବା ଉଚିତ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଅବସର ପ୍ରାପ୍ତ ଶିକ୍ଷୟତ୍ରୀ ପ୍ରତିମା ନାୟକ ସମାଜସେବୀ ଉତ୍ତମ କୁମାର ନାୟକ, ଶିକ୍ଷୟତ୍ରୀ ରଞ୍ଜିତା ମହାନ୍ତି, ଜୟଶ୍ରୀ ଖଣ୍ଡୁଆଳ, ଲିପିନା ସ୍ୱାଇଁ, ରୋଜାଲିନ୍ ମହାନ୍ତି, ପ୍ରଭୁ ସାମନ୍ତରାୟ, ଆଶୁତୋଷ ଆଚାର୍ଯ୍ୟ, ସାଇକୃଷ୍ଣା ସ୍ୱାଇଁ, ଦେବାଶିଷ ମହାନ୍ତି, ସ୍ୱସ୍ତିକ ସ୍ୱାଇଁ ଓ ସୁଶ୍ରୀ ଅର୍ଘ୍ୟରୂପା ସହ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ।