ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଗୁରୁ ରବିଦାସ ଜୀ ମହାରାଜଙ୍କ ୬୪୯ ତମ ଜନ୍ମବାର୍ଷିକୀ ଦିବସ ପାଳିତ

ପାରାଦୀପ / ଗୋପିଆକୁଦ ଗ୍ରାମ ପଞ୍ଚାୟତ, 02/02/2026, ଉତ୍କଳ voice news - utkalvoicenews.com( ଜିଲ୍ଲା ପ୍ରତିନିଧି ନୃସିଂହ ମଲ୍ଲିକ ଙ୍କ ରିପୋର୍ଟ ) :
Article Image
ପାରାଦ୍ଵୀପ ସ୍ଥିତ ଗୋପିଆକୁଦ ଗ୍ରାମ ପଞ୍ଚାୟତରେ ଶ୍ରୀ ଗୁରୁ ରବିଦାସ ଜୀ ମହାରାଜଙ୍କ ୬୪୯ ତମ ଜନ୍ମବାର୍ଷିକୀ ଦିବସ ପାଳିତ ହୋଇଯାଇଅଛି। ଉକ୍ତ ଦିବସରେ ଜଗତସିଂହପୁର ବିଜେପି ଜିଲ୍ଲା ଏସସି ମୋର୍ଚ୍ଚା ଉପସଭାପତି ଶ୍ରୀଯୁକ୍ତ ଶିବ ଚରଣ ମଲ୍ଲିକ ଏବଂ ଗୋପିଆକୁଦ ଗ୍ରାମ ପଞ୍ଚାୟତର ଏସସି ମୋର୍ଚ୍ଚା ସଭାପତି ଶ୍ରୀ ଅଜୟ କୁମାର ମଲ୍ଲିକଙ୍କ ନେତୃତ୍ୱରେ ଏହି ସ୍ମାରକୀ ସଭା ଅନୁଷ୍ଠିତ ହୋଇଥିଲା। ଶତାଧିକ ବିଜେପି କର୍ମୀଙ୍କ ସମେତ ଶତାଧିକ ମହିଳା, ପୁରୁଷ ,ଯୁବକ ଯୁବତୀ ଏବଂ ଭଦ୍ରଲୋକ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଶ୍ରୀ ଗୁରୁ ରବିଦାସଜୀ ମହାରାଜଙ୍କ ଜୀବନୀ, ଆଦର୍ଶ ଏବଂ ଐତିହ୍ୟ ବିଷୟରେ ମଧ୍ୟ ଆଲୋଚନା କରିଥିଲେ।
5