ବାଲିକୁଦା, 02/02/2026, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
ଶୃଙ୍ଖଳିତ ସମାଜ ଗଠନରେ ସତସଙ୍ଗର ଭୂମିକା ଗୁରୁତ୍ୱପୂର୍ଣ୍ଣ
ବାଲିକୁଦା
_1770049475.jpg)
ବାଲିକୁଦା ବ୍ଲକ ଅନ୍ତର୍ଗତ ଅଳାବୋଳ ପଞ୍ଚାୟତର ଧନିଶୋ ସତ୍ସଙ୍ଗ ବିହାର ଆନୁକୂଲ୍ୟରେ ପରମ ପ୍ରେମ ମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ପୁଣ୍ୟ ୧୩୮ ତମ ଜନ୍ମ ମହା-ମହୋତ୍ସବ ଓ ତତ୍ସହ ଶ୍ରୀ ମନ୍ଦିର ଉଦବୋଧନର ୧୮ତମ ବାର୍ଷିକ ସ୍ମରଣୋତ୍ସବ ସତ୍ସଙ୍ଗ ବିହାର ଠାରେ ଅଗଣିତ ଭକ୍ତ ଓ ଅନୁଗାମୀ ମାନଙ୍କର ଉପସ୍ଥିତିରେ ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରାତଃରେ ବେଦମାଙ୍ଗଳିକ, ନହବତଃ, ଉଷାକୀର୍ତ୍ତନ ସହ ପ୍ରାତଃ ବିନତୀ କରାଯାଇଥିଲା । ପୂର୍ବାହ୍ନରେ ଶ୍ରୀ ଶ୍ରୀ ଠାକୁରଙ୍କର ଏକ ସୁସଜ୍ଜିତ ରଥରେ ବିଭିନ୍ନ ଅଞ୍ଚଳ ପରିକ୍ରମା କରାଯାଇଥିଲା । ମଧ୍ୟାହ୍ନରେ ଆୟୋଜିତ ସତ୍ସଙ୍ଗରେ ସହପ୍ରତିରିତିକ ହରେକୃଷ୍ଣ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସତ୍ସଙ୍ଗରେ ଏମସ୍ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ନନ୍ଦଦ୍ୟୁତ୍ ଆଚାର୍ଯ୍ୟ, ଶାରଳା ମହାବିଦ୍ୟାଳୟର ଅଧ୍ୟାପକ ରବି ନାରାୟଣ କର, ଶରତ ଚନ୍ଦ୍ର ରାଉତ, ନିରଞ୍ଜନ ଜେନା, ସୁଶିଲ କୁମାର ପରିଡ଼ା, ସୁରେନ୍ଦ୍ର କୁମାର ସାମଲ, ଅନନ୍ତ ଚରଣ ସାମଲ, ପ୍ରତାପ କୁମାର ଦାସ, ରମେଶ ମହାନ୍ତି ପ୍ରମୁଖ ଯୋଗଦେଇ ଆଜିର ସମାଜରେ ମାନବୀୟ ମୂଲ୍ୟବୋଧର ଦୃତ ଅବକ୍ଷୟ ଯୋଗୁଁ ସାମାଜିକ ଜୀବନ ଭୁଷୁଡି ପଡିଛି । ଏଥି ପାଇଁ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ଦିବ୍ୟଜୀବନୀ ଓ ସତ୍ୟାନୁସରଣର ପ୍ରତ୍ୟେକଟି ବାଣୀକୁ ଅନୁସରଣ କରିପାରିଲେ ସମାଜରେ ଦିବ୍ୟ ଭାବନା ସହିତ ଶାନ୍ତି ଓ ସଂହତି ପ୍ରତିଷ୍ଠା ହୋଇପାରିବ ବୋଲି ବକ୍ତା ମାନେ ମତବ୍ୟକ୍ତ କରିଥିଲେ । ସଦ୍ଗୁରୁ, ସତ୍ସଙ୍ଗ ଓ ସତନାମର ଆଶ୍ରୟ ଗ୍ରହଣ କଲେ ମଣିଷ ମାନେ ଦିବ୍ୟସତାର ଅଧିକାରୀ ହୋଇପାରିବେ ବୋଲି ସେମାନେ ଗୁରୁତ୍ୱାରୋପ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶ୍ରୀ ଶ୍ରୀ ଠାକୁରଙ୍କର ଦିବ୍ୟ ଜୀବନୀ ଉପରେ ଆଲୋକପାତ କରିଥିଲେ । ଆଜିର ସମାଜରେ ଶ୍ରୀ ଶ୍ରୀ ଠାକୁରଙ୍କର ଅମୀୟ ବାଣୀକୁ ପାଥେୟ କରି ଚାଲିଲେ ତଥା ସତସଙ୍ଗର ଆଶ୍ରୟ ନେଲେ ମଣିଷର ବ୍ୟକ୍ତି ଜୀବନ, ପାରିବାରିକ ଜୀବନ, ସାମାଜିକ ଜୀବନ ଠାରୁ ଆରମ୍ଭ କରି ରାଷ୍ଟ୍ରୀୟ ଜୀବନ ପର୍ଯ୍ୟନ୍ତ ଶୃଙ୍ଖଳିତ ହୋଇପାରିବ । ସତସଙ୍ଗ ହିଁ ଏକ ମାତ୍ର ପଥ ଶୃଙ୍ଖଳିତ ସମାଜ ଗଠନ ଦିଗରେ ସତସଙ୍ଗର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବକ୍ତା ମାନେ ଗୁରୁତ୍ୱାରୋପ କରିଥିଲେ । ସନ୍ଧ୍ୟାରେ ସନ୍ଧ୍ୟା ବିନତୀ ପ୍ରାର୍ଥନା ପରେ ଆତସବାଜୀ ପ୍ରଦର୍ଶନ କରାଯାଇଥିଲା ।