ପାରାଦୀପ ଗଡ, 03/02/2025, ଉତ୍କଳ voice news - utkalvoicenews.com
ପବିତ୍ର ସରସ୍ୱତୀ ପୂଜା ଅବସରରେ ପାରାଦୀପ ଗଡ ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀମତି ସସ୍ମିତା ବେହେରା ପାରାଦୀପ ଗଡ ର ଜଣେ ବାର୍ଦ୍ଧକ୍ୟ ମହିଳା ଶ୍ରୀମତି ବୁଲି ଦାସ ଙ୍କୁ ଏକ ହ୍ବିଲ୍ ଚେୟାର ପ୍ରଦାନ କରିଛନ୍ତି l
ବୁଲି ଦାସ ଜଣେ ବୟସ୍କ ହରିଜନ ବାର୍ଦ୍ଧକ୍ୟ ମହିଳା l ସେ ଗତ କିଛି ହେବ ଖଟରୁ ପଡ଼ି ଗୁରୁତ୍ୱର ଆହତ ହୋଇ ଚଲା ବୁଲା କରି ପାରୁନଥିଲେ l ସରପଞ୍ଚ ଶ୍ରୀମତି ସସ୍ମିତା ବେହେରା ଙ୍କ ପାଖରେ ଏ ସମ୍ପର୍କରେ ଖବର ପହଞ୍ଚିବା କ୍ଷଣି ସେ ତୁରନ୍ତ ତାଙ୍କ ଘରେ ପହଞ୍ଚି ତାଙ୍କୁ ଏକ ହ୍ୱିଲ ଚେୟାର ପ୍ରଦାନ କରିଛନ୍ତି l ହ୍ୱିଲ୍ ଚେୟାର ଟି ପାଇବା ପରେ ବୁଲି ଦାସ ଅତ୍ୟନ୍ତ ଖୁସି ବ୍ୟକ୍ତ କରିଛନ୍ତି l ସରପଞ୍ଚ ଙ୍କ ଏପରି ଜନହିତକର କାର୍ଯ୍ୟକୁ ସବୁ ମହଲ ରୁ ପ୍ରଶଂସା କରାଯାଉଛି l