ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

୪ର୍ଥ ଶ୍ରେଣୀ କର୍ମଚାରୀ ରମେଶ ବାରିକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ଏରସମା, 03/02/2026, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
Article Image
ବାଲିକୁଦା ବ୍ଲକ ଅନ୍ତର୍ଗତ ବୋରିକିନା ପଞ୍ଚାୟତ ସ୍ଥିତ ହରିଶପୁର ବଳଦେବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବୋରିକିନାରେ ଏକ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ୪ର୍ଥ ଶ୍ରେଣୀ କର୍ମଚାରୀ ରମେଶ ଚନ୍ଦ୍ର ବାରିକ ଦୀର୍ଘ ୩୫ ବର୍ଷ ଚାକିରୀ ଜୀବନ ସମାପ୍ତ କରି କର୍ମ ଭୂମିରୁ ଅବସର ନେଇଥିଲେ । ଏହି ଉପଲକ୍ଷେ ଏକ ସମ୍ବର୍ଦ୍ଧନା ସଭା ବିଦ୍ୟାଳୟର ଅଧ୍ୟକ୍ଷା ଲତିକା ଷଢ଼ଙ୍ଗୀଙ୍କ ସଭାପତିତ୍ବରେ ଆୟୋଜିତ ହୋଇଥିଲା । ଉକ୍ତ ସଭାରେ ଅଧ୍ୟାପକ ଅଜୟ କୁମାର ଭୋଳ, ଅଶୋକ କୁମାର ସ୍ୱାଇଁ, ଅକ୍ଷୟ କୁମାର ଜେନା, ପ୍ରଶାନ୍ତ କୁମାର ବେହେରା, ଶିଶିର କୁମାର ଦାଶ, ଦିଲ୍ଲୀପ ନନ୍ଦ, ଦିଲ୍ଲୀପ କୁମାର ମହାନ୍ତି, ଜଗନ୍ନାଥ ରାଉଳ, ବସନ୍ତ କୁମାର ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ଶ୍ରୀ ବାରିକଙ୍କ କର୍ମମୟ ଜୀବନ ଉପରେ ଆଲୋକପାତ କରିବା ସହିତ ଅବଶିଷ୍ଟ ଜୀବନର ଦୀର୍ଘାୟୁ କାମନା କରିଥିଲେ । ଏହି ସଭାରେ ବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ମାନେ ଉପସ୍ଥିତ ରହି ପୁଷ୍ପଗୁଚ୍ଛ, ମାନପତ୍ର ଓ ଉପଢ଼ୌକନ ପ୍ରଦାନ କରାଯାଇଥିଲା ।
Article Image
12