ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

କୁଞ୍ଜକୋଠି ଦାସ ମଠରେ ବିରାଟ ଅଜଗର ସାପ ଉଧାର

ଏରସମା, 03/02/2026, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
Article Image
ଏରସମା ବ୍ଲକ ଅନ୍ତର୍ଗତ କୁଞ୍ଜକୋଠି ପଞ୍ଚାୟତ ଖୁରାଣ୍ଟ ଦାସମଠ ଚୈତନ୍ୟ ମହାପାତ୍ରାଙ୍କ ବାରିରେ ଏକ ବିରାଟ ଅଜଗର ସାପ ଉଧାର ହୋଇଛି।ଚୈତନ୍ୟ ନିଜ ପାନ ବରଜକୁ ମଙ୍ଗଳବାର ଦିନ ୧୧ଟା ସମୟରେ ଯାଉଥିବାବେଳେ ସାପ ଉପରେ ଗୋଡ଼ ପଡିଯିବାରୁ ସେ ଭୟଭୀତ ହୋଇ ଗାଁ ଲୋକଙ୍କୁ ଡାକିଥିଲେ।ଗାଁ ଲୋକେ ସାପଟିକୁ ଧରି କୁଜଙ୍ଗ ବନ ଅଧିକାରିଙ୍କୁ ଫୋନ କରିବାରୁ ସେମାନେ ଆସି ସାପଟିକୁ ସମ୍ପୂର୍ଣ ସୁସ୍ଥ ଥିବା ଅବସ୍ଥାରେ ଦିନ ୩ ଟା ସୁଧା ନେଇଯାଇଥିଲେ।ସାପଟିର ଲମ୍ବା ପ୍ରାୟ ୧୦ ଫୁଟ୍ ହେବ। ଏହି ଘଟଣାକୁ ଦେଖିବାକୁ ପ୍ରବଳ ଜନ ଗହଳି ହୋଇଥିଲା।
15