ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବରିଷ୍ଠ ନାଗରିକ ମଞ୍ଚ ତରଫରୁ ଶ୍ରଦ୍ଧାଞ୍ଜଳି ସଭା

ଏରସମା, 03/02/2025, ଉତ୍କଳ voice news - utkalvoicenews.com ଏରସମା ବ୍ଲକ୍ ବରିଷ୍ଠ ନାଗରିକ ମଞ୍ଚ ପୋଖରିଆପଡ଼ା ତରଫରୁ ସ୍ବର୍ଗତ ଧଡ଼ି ଦାସଙ୍କ ଦ୍ୱାଦଶାହ ଉପଲକ୍ଷେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ପଏଦା ପଞ୍ଚାୟତର ଓଲମରାଇ ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି ।
Article Image
ବରିଷ୍ଠ ନାଗରିକ ସଚ୍ଚିଦାନନ୍ଦ ନାୟକଙ୍କ ସଭାପତିତ୍ବ ରେ ଜଗନ୍ ମୋହନ ରାଉଳ, ନିରୋଦ କୁମାର ବେଉରା, ପ୍ରଦୀପ୍ତ କିଶୋର ପରିଡ଼ା, ରବୀନ୍ଦ୍ର ନାଥ ମୁଦୁଲି, କୈଳାସ ପ୍ରଧାନ, ଜଟାଧାରୀ ସାହୁ, ଅଞ୍ଜନ ପରିଡ଼ା, କୁଳମଣି ଦାସ, ଅରୁଣ କୁମାର ଦାସ, ମାନସ ସେଠୀ, ଦୀପ୍ତି ପ୍ରଧାନ, ହେମନ୍ତ ମହାନ୍ତି, ଦୋଳ ଗୋବିନ୍ଦ ମହାନ୍ତି, କୃଷ୍ଣଚନ୍ଦ୍ର ମହାନ୍ତି ପ୍ରମୁଖ ଉପସ୍ଥିତ ରହି ସ୍ବର୍ଗତ ଦାସଙ୍କ ସ୍ମୃତି ଚାରଣ କରିଥିଲେ । ସେ ଜଣେ ପରୋପକାରୀ, ସମାଜସେବୀ, ଦୟାଳୁ, ଗ୍ରାମ୍ୟ ମୂରବୀ ଥିଲେ । ଲୋକଙ୍କ ବିପଦ ଆପଦ ସମୟରେ ସେ ଲୋକଙ୍କୁ ସାହାଯ୍ୟ ସହଯୋଗ କରୁଥିଲେ ବୋଲି ଉପସ୍ଥିତ ଅତିଥି ମାନେ କହିଥିଲେ । ସଭା ପ୍ରାରମ୍ଭରେ ସ୍ବର୍ଗତ ଦାସଙ୍କ ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଅତିଥି ମାନଙ୍କ ସହିତ ପରିବାର ବର୍ଗ ଓ ଆତ୍ମୀୟସ୍ୱଜନ ମାନେ ଉପସ୍ଥିତ ରହି ସ୍ମୃତି ଚାରଣ କରିଥିଲେ ।
Article Image
1