ଏରସମା, 04/02/2026, ଉତ୍କଳ voice news - utkalvoicenews.com( ତିର୍ତ୍ତୋଲ ରୁ କୈଳାଶ ବେହେରା ଙ୍କ ରିପୋର୍ଟ ) :
ଗୁରୁକୃପା ଟ୍ରଷ୍ଟ ଆନୁକୂଲ୍ୟରେ ଏରସମା ବ୍ଲକର କୃଷ୍ଣଚନ୍ଦ୍ରପୁର ପଞ୍ଚାୟତ ସ୍ଥିତ ଅରଡ଼ା ଗ୍ରାମରେ ତେରବର୍ଷ ହେବ ଆୟୋଜିତ ହୋଇ ଆସୁଛି ବେଦ ଗାୟତ୍ରୀ ମହାଯଜ୍ଞ ।ଏହି ଯଜ୍ଞ ର ମୁଖ୍ୟ ପୁରୋଧା ହେଉଛନ୍ତି ଭକ୍ତି ବାବା ଶୁଭନାରାୟଣ ଦାସ । ବାବାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନ ରେ ଗତ ୩୦ /୦୧ ୨୬ ତାରିଖରୁ ୦୧/୦୨/୨୬ ତାରିଖ ଯାଏ ଆୟୋଜିତ ଏହି ଯଜ୍ଞ କାର୍ଯ୍ୟ ଚାଲିଥିବା ବେଳେ, ଅରଡ଼ା ଗ୍ରାମର ସମସ୍ତ ବ୍ୟକ୍ତି ବିଶେଷ ସକ୍ରିୟ ସହଯୋଗ କରୁଥିବାର ଦେଖିବାକୁ ମିଳିଛି ।ପ୍ରତ୍ୟେହ ଶତାଧିକ ଶ୍ରଦ୍ଧାଳୁ ଆଧ୍ୟାତ୍ମିକ ବାଦୀ ବାହ୍ୟ ଗ୍ରାମ ମାନଙ୍କରୁ ଉପସ୍ଥିତି ହୋଇ ବେଦ ଗାୟତ୍ରୀ ଯଜ୍ଞ କୁ ଦର୍ଶନ କରି କୃତାର୍ଥ ହୋଇଛନ୍ତି । ମହାଯଜ୍ଞ ର ପୂର୍ଣ୍ଣାହୁତି ରେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା।