ଏରସମା, 05/02/2026, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
ଏରସମା ବ୍ଲକ୍ ଏରସମା ପଞ୍ଚାୟତ ମା" ବୁଢୀଯାଗୁଳାଇ ମନ୍ଦିରର ଦ୍ଵିତୀୟ ବାର୍ଷିକ ଉତ୍ସବ ଧୁମଧାମରେ ପାଳିତ ହୋଇଯାଇଛି। ଗ୍ରାମର ସମସ୍ତ ପୁରୁଷ ଓ ମହିଳାମାନେ ନୂତନ ବତ୍ସ ପରିଧାନ କରି ସାରିବାପରେ ପଣ୍ଡିତ ଶ୍ରୀନିବାସ ସତପଥି ଜପା ନଦୀ କୂଳରେ ପୂଜାର୍ଚ୍ଚନା କରିଥିଲେ। କର୍ତ୍ତା ବାଲିକୁଦା ଏରସମା ବିଧାୟକ ସାରଦା ପ୍ରସନ୍ନ ଜେନାଙ୍କ ତତ୍ତ୍ଵବଧାନରେ ବାଜା , ବାଣ , ଘଣ୍ଟ , ଘଣ୍ଟି , ହରି ବୋଲ ହୂଳହୁଳି ସହିତ ଗ୍ରାମବାସୀମାନେ ଏକ କଳସ ଯାତ୍ରାରେ ଆସି ମା" ବୁଢୀଯାଗୁଳାଇଙ୍କ ନିକଟରେ ପହଞ୍ଚିଥିଲେ। ମା" ବୁଢ଼ୀଯାଗୁଳାଇଙ୍କ ନିତି ନିୟମ ଅନୁସାରେ କଳସାଧିବାସ , ସୂର୍ଯ୍ୟପୂଜା , ଯଜ୍ଞ ପୂର୍ଣ୍ଣାହୁତି , ନଗର କୀର୍ତ୍ତନ ସହି ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ସଂଧ୍ୟାରେ ଭଜନ ସମାରୋହର ଆୟୋଜନ କରାଯାଇଥିଲା। ଏରସମା ଗ୍ରାମବାସୀ ମାନେ ଉତ୍ସବକୁ ଶାନ୍ତି ଶୃଙ୍ଖଳାର ସହିତ ପରିଚାଳନା କରିଥିଲେ।