ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଆଦିତ୍ୟ ଆଲୁମିନା ରେଫେଇନାରୀ କଂସାରୀଗୁଡା ବିସ୍ଥାପିତ ପରିବାର ର କାର୍ଯ୍ୟକାରି ସଭାପତି ଓ ସମ୍ପାଦକ ଦ୍ୱାରା କାଶୀପୁର ବ୍ଲକ କଂଗ୍ରେସ ସଭାପତିଙ୍କୁ ସ୍ୱାଗତ

ରାୟଗଡ଼ା / କାଶୀପୁର , 05/02/2026, ଉତ୍କଳ voice news - utkalvoicenews.com( ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) :
Article Image
କଂସାରୀଗୁଡା ଡିପିର କାର୍ଯ୍ୟକାରୀ ସଭାପତି ଡଉଲ ରତ୍ନ ଚୌଧୁରୀ ଓ ସମ୍ପାଦକ ବିଦ୍ୟାରତ୍ନ ଚୌଧୁରୀ କାଶୀପୁର ବ୍ଲକ କଂଗ୍ରେସ ସଭାପତି ରାଜେନ୍ଦ୍ର ଦୁରିଆଙ୍କୁ ସଭାପତିଙ୍କ ବାସଭବନରେ ପହଞ୍ଚି ଉତ୍ତରୀୟ ସହ ସ୍ୱାଗତ ଜଣାଇଥିଲେ। ଏହି ଅବସରରେ ସଂଗଠନ ସୁଦୃଢ଼ କରିବା, ଗ୍ରାମସ୍ତରରେ କଂଗ୍ରେସ ଦଳକୁ ଆହୁରି ସକ୍ରିୟ କରିବା ଓ ସାଧାରଣ ଜନତାଙ୍କ ସମସ୍ୟା ନେଇ ଆଲୋଚନା କରାଯାଇଥିଲା। ସଭାପତି ରାଜେନ୍ଦ୍ର ଦୁରିଆ କହିଥିଲେ ଯେ ସମସ୍ତ କର୍ମୀଙ୍କୁ ଏକତ୍ର କରି କାଶୀପୁର ବ୍ଲକରେ କଂଗ୍ରେସକୁ ଆହୁରି ଶକ୍ତିଶାଳୀ କରାଯିବ। ଏହି ସାକ୍ଷାତକାର ସମୟରେ ଲଷ୍ମୀଧର ବାଘ, ବିପିନ ପାଲ ଓ ଉମାଶଙ୍କର ଖରା ଉପସ୍ଥିତ ଥିଲେ।
5