ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଜାତୀୟ ଉପଭୋକ୍ତା ମହାସଂଘ "ସିସିଆଇ"ଦ୍ୱାରା ଭାରତ ଯାତ୍ରା ରଥକୁ ସ୍ୱାଗତ ଓ ସମ୍ବର୍ଦ୍ଧନା।

କଟକ, 05/02/2026, ଉତ୍କଳ voice news - utkalvoicenews.com
Article Image
କଟକ ଓମ୍ପି ସ୍କୋୟାର ଚାଉଳିଆଗଞ୍ଜ ନିକଟରେ ଆର.ଆଣ୍ଡ.ବି ର ପି.ଡବ୍ଲୁ.ଡି ଆଇ.ବି ରେ ଉପଭୋକ୍ତା କଲ୍ୟାଣ ପରିଷଦ ସମିତି ଓଡିଶା ଦ୍ୱାରା ଏକ ସମ୍ବର୍ଦ୍ଧନା ସଭା ଓ ପ୍ରେସମିଟ ଆୟୋଜନ କରାଯାଇ ଥିଲା। ଏହି ସମ୍ବର୍ଦ୍ଧନା ସଭାରେ ଭାରତର ସର୍ବ ବୃହତ କଂଜୁମର ସଂଗଠନ କଂଜୁମର କମ ଫେଡ଼ରେସନ ଇଣ୍ଡିଆ "ସି.ସି.ଆଇ" ର ପ୍ରତିଷ୍ଠାତା ଜାତୀୟ ଅଧ୍ୟକ୍ଷ ଡ଼ଃ ଅନନ୍ତ ଶର୍ମା ଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରିବା ସହିତ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇ ଥିଲା। ଡ଼ଃ ଶର୍ମା ଙ୍କ ସହିତ ସି.ସି.ଆଇ.ର ଜାତୀୟ ଉପସଭାପତି ଗୋବିନ୍ଦ ଓଝା, ଯୁଗ୍ମ ସମ୍ପାଦିକା ବିଜୟ ଲଷ୍ମୀ ମହାପାତ୍ର, ନିର୍ଦ୍ଦେଶକ କୈଳାସ କୁମାୱାଟ,ସଞ୍ଜୟ ଖଣ୍ଡେଲୱାଲ, ରେଖା ଖଣ୍ଡେୱାଲ, ଶଙ୍କର ସିଂ,ଅଜୟ ସକ୍ସେନା ଙ୍କୁ କଂଜୁମର ଓଏଲ ଫେୟାର କାଉନସିଲ କମିଟି ର ଜାତୀୟ ସମ୍ପାଦକ ଆଡ଼ଭୋକେଟ ଡ଼ଃ ସୁନାକାର ବେହେରା ପୁଷ୍ପ ଗୁଚ୍ଛ ଉତ୍ତରୀୟ ପ୍ରଦାନ କରି ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ। ଭାରତର ସର୍ବ ବୃହତ ଜାତୀୟ ଉପଭୋକ୍ତା ମହାସଙ୍ଘ "ସି.ସି.ଆଇ" ଦ୍ୱାରା ସାରା ଦେଶରେ ଉପଭୋକ୍ତା ସମ୍ବଦ୍ଧିୟ ଆଇନି ଗୁଡିକୁ ଦେଶରେ ପ୍ରଭାବି କରିବା ସହିତ ସାଧାରଣ ଉପଭୋକ୍ତା ମାନେ କିପରି ଅସାଧୁ ବ୍ୟବସାୟୀ ଙ୍କ ନିକଟରୁ ନିଜକୁ ଶୋଷଣ ମୁକ୍ତ କରିପାରିବେ ଏହି ଭାରତ ଯାତ୍ରା ସଚେତନତା କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟବୋଲି ଡ଼ଃ ଅନନ୍ତ ଶର୍ମା ନିଜର ଅଭିଭାଷଣରେ ପ୍ରଦାନ କରିଥିଲେ । ଭାରତର ପ୍ରତ୍ୟକ ରାଜ୍ୟ ରେ ଉପଭୋକ୍ତା ମାନଙ୍କୁ ସଚେତନତା କରିବା ପାଇଁ ଭାରତ ଯାତ୍ରା ଅଭିଯାନ ଡିସେମ୍ବର 26 ତାରିଖରୁ ଆରମ୍ଭ କରି ଆସନ୍ତା 15 ମାର୍ଚ୍ଚ ମଧ୍ୟରେ ସମାପନ କରାଯିବାର କାର୍ଯ୍ୟକ୍ରମ ରଖାଯାଇଛି। ଆଜି ଓଡ଼ିଶାରେ କଟକରେ ଏହି ଭାରତ ଯାତ୍ରା ରଥ ପହଞ୍ଚିବା କ୍ଷଣି ସି.ସି.ଆଇ ର ସମସ୍ତ କର୍ମକର୍ତ୍ତା ମାନଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଉପଭୋକ୍ତା କଲ୍ୟାଣ ପରିଷଦ ସମିତି "ସି.ଡବ୍ଲୁ.ସି.ସି"ଓଡ଼ିଶା ର ବରିଷ୍ଠ ସମାଜସେବୀ ତଥା ଜାତୀୟ ସମ୍ପାଦକ ଆଡ଼ଭୋକେଟ ଡ଼ଃ ସୁନାକର ବେହେରା ଓ ଜାତୀୟ ଅଧ୍ୟକ୍ଷ ଭୂପ ପାଲ ସିଂ, ଜାତୀୟ ମୁଖ୍ୟ ସମ୍ପାଦକ କୈଳାସ କୁମା ୱାଟ ଙ୍କୁ ଡ଼ଃ ଶର୍ମା ଜୀ ଧନ୍ୟବାଦ ବ୍ୟକ୍ତ କରିଥିଲେ। ଶେଷରେ ସି.ସି.ଆଇ ର ଜାତୀୟ ଉପସଭାପତି ଗୋବିନ୍ଦ ଓଝା ଉପସ୍ଥିତ ଉପଭୋକ୍ତା ସଂଗଠନର କର୍ମକର୍ତ୍ତା ଓ ସାମ୍ବାଦିକ ମାନଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ।
Article Image
Article Image
Article Image
5