ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବାଲିପଦର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୩୧ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ବୁଗୁଡ଼ା, 03/02/2025, ଉତ୍କଳ voice news - utkalvoicenews.com (ସୋରେନ କୁମାର ପ୍ରଧାନ) :
Article Image
ବୁଗୁଡ଼ା ବ୍ଲକ୍ ଅନ୍ତର୍ଗତ ବାଲିପଦର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୩୧ତମ ବାର୍ଷିକ ଉତ୍ସବ ମହାସମାରୋହ ରେ ପାଳିତ ହୋଇଯାଇଛି।ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ସରୋଜ କାନ୍ତ ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗଦେଇ ଛାତ୍ରଛାତ୍ରୀ ମାନେ କଠୋର ପରିଶ୍ରମ ଓ ନିଷ୍ଠାର ସହ ଅଧ୍ୟୟନ କରି ,ଚାକିରି ପଛରେ ନ ଗୋଡାଇ ସ୍ବାବଲମ୍ବୀ ହୋଇ ଅନ୍ୟମାନଙ୍କୁ ଚାକିରି ଯୋଗାଇଦେବାକୁ ପରାମର୍ଶ ଦେଇଥିଲେ। ପ୍ରାକ୍ତନ ଅଧକ୍ଷ,ଭଞ୍ଜ ଗବେଷକ ଡକ୍ଟର କୁମ୍ଭପାଣି ସାମନ୍ତ ମୁଖ୍ୟ ବକ୍ତା ରୂପେ ଯୋଗ ଦେଇଥିଲେ।ସମ୍ମାନିତ ଅତିଥି ଭାବେ ଯୁକ୍ତ ତିନି ବିଭାଗର ଅଧକ୍ଷ ଗୋପୀନାଥ ମହାନ୍ତି,ଅର୍ଥନୀତି ବିଭାଗର ପ୍ରାଧ୍ୟପକ ବିଭୂତି ଭୂଷଣ ବେବର୍ତ୍ତା ,ପ୍ରାକ୍ତନ ସରପଞ୍ଚ ରବୀନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗଦେଇ ଥିଲେ।ଏହି ଅବସରରେ ବିଭିନ୍ନ କ୍ରୀଡା ଓ ସାଂସ୍କୃତିକ ପ୍ରତିଯୋଗିତାରେ କୃତିତ୍ୱ ଛାତ୍ରଛାତ୍ରୀ ଓ ପ୍ରାଧ୍ୟପକ ଡକ୍ଟର ଶିଶିର କୁମାର ନାୟକ,ସୁଜାତା କୁମାରୀ ପଟ୍ଟନାୟକ, ସ୍ମିତାରାଣି ସାହୁ,ସଞ୍ଜୟ କୁମାର ପାତ୍ର ଓ ପ୍ରଦ୍ୟୁମ୍ନ ପାଢ଼ୀ ଙ୍କୁ ମନ୍ତ୍ରୀ ପୁରସ୍କୃତ କରିଥିଲେ। ଡକ୍ଟର ଦିଲ୍ଲୀପ କୁମାର ପ୍ରଧାନ ,ଭଞ୍ଜ କିଶୋର ଗୌଡ଼ ଓ ଉମା ଚରଣ ଗୌଡ ପରିଚାଳନା କରିଥିବା ବେଳେ ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ,ଅଧ୍ୟାପିକା ଓ କର୍ମଚାରୀ ମାନେ ସହଯୋଗ କରିଥିଲେ।ଉକ୍ତ ଉତ୍ସବରେ ଅଧ୍ୟାପକ ଡକ୍ଟର ଏ ଜିତେସ ରାଓ ଦୋରା ସ୍ଵାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଡେମୋନଷ୍ଟେଟର ଜ୍ଞାନ ଚାନ୍ଦ ଗୌଡ଼ ଧନ୍ୟବାଦ୍ ଅର୍ପଣ କରିଥିଲେ।
Article Image
Article Image
1