ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ନିଖିଳ ଓଡ଼ିଶା ଆଶାକର୍ମୀ ମାନଙ୍କ ଦ୍ୱାରା କୁଜଙ୍ଗ ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ର ର ମୁଖ୍ୟ ଅଧିକାରୀକୁ ଦାବିପତ୍ର ପ୍ରଦାନ।

କୁଜଙ୍ଗ, 06/02/2026, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ,କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :
Article Image
ବାରମ୍ବାର ଆଶାକର୍ମୀ ମାନଙ୍କୁ ପ୍ରତିଶ୍ରୁତି ଦେଇ ପ୍ରତିଶ୍ରୁତି ରକ୍ଷା କରିବାରେ ପଛଘୁଞ୍ଚା ଦେଉଛନ୍ତି କୁଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଅଧିକାରୀ। ଆଜି ଆଶା ସଂଘର ଜିଲ୍ଲା ଆଭାଗ୍ ( *ସୁବାଷ୍ ମହାପାତ୍ର*)ଙ୍କ ସହ ପ୍ରାୟ *୨୦୦* ଆଶାକର୍ମୀ ବାରମ୍ବାର ମୁଖ୍ୟ ଅଧିକାରୀଙ୍କୁ ଜଣାଇବାରେ ପରେ ମଧ୍ୟ ସେ ନ ଶୁଣିବାରୁ ନିରାଶ ହୋଇ ଆଜି ଆନ୍ଦୋଳନ କରି ସ୍ଵାସ୍ଥ୍ୟ କେନ୍ଦ୍ର ଘେରାଉ କରିଛନ୍ତି। ଆଜି ଆମମାନଙ୍କ ମାଧ୍ୟମରେ ତଥା ଗଣମାଧ୍ୟମକୁ ତାଙ୍କର ଦାବି ଗୁଡିକ ଯଥା , ( ୧. ଶିକ୍ଷାଗତ ଯୋଗ୍ୟତା ଭିତିରେ ଆଶାକର୍ମୀ ମାନଙ୍କୁ ପଦୋନ୍ନତି କରାଯାଉ , ୨. ଅବସର ପରେ ମାସିକ ଟ. ୧୦,୦୦୦/- ପେନସନ୍ ପ୍ରଦାନ କରାଯାଉ , ୩. ରାଜ୍ୟ ଅନୁଦାନ ମାସିକ ଇନସିଏଟିଭ୍ ନିୟମିତ ଭାବେ ପ୍ରତ୍ୟେକ ମାସ ୧୦ ତାରିଖ ରେ ପ୍ରଦାନ କରାଯାଉ , ୪. ଡ଼ାକ୍ତରଖାନାରେ ପ୍ରତିଦିନ ସ୍ତ୍ରୀ ଓ ପ୍ରସୂତି ବିଭାଗର ଡ଼ାକ୍ତର ଉପସ୍ଥିତ ରହିବା ଆବଶ୍ୟକ , ୫. ପ୍ରସୂତି ମହିଳା ମାନଙ୍କ ପାଇଁ ସ୍ଵତନ୍ତ୍ର ୱାର୍ଡ଼ ବ୍ୟବସ୍ଥା କରିବା ସଙ୍ଗେ ସଙ୍ଗେ ତାଙ୍କର ଚିକିତ୍ସା ପାଇଁ ଅଲଟ୍ରାସାଉଣ୍ଡ ଓ ଇସିଜି ମେସିନ୍ ରଖାଯାଉ , ୬. ଡ଼ାକ୍ତରଖାନା ପରିସରରେ ସ୍ଵତନ୍ତ୍ର ଆଶାଗୃହ ବ୍ୟବସ୍ଥା କରାଯାଉ , ୭. ଆଶାକର୍ମୀ ମାନଙ୍କ ଦରମା ସର୍ବନିମ୍ନ ମାସିକ ଟ . ୨୬,୦୦୦ /- କୁ ବୃଦ୍ଧି କରାଯାଉ , ୮. ଆଶାକର୍ମୀ ମାନଙ୍କ ଅବସର ବୟସ ସୀମା ୬୨ ପରିବର୍ତେ, ୬୫ ବର୍ଷକୁ ବୃଦ୍ଧି କରାଯାଉ , ୯. ପ୍ରତି ସପ୍ତାହର ସାପ୍ତାହିକ ମିନିଟି ନିମନ୍ତେ ଇନସେଟିଭ୍ ପ୍ରଦାନ କରାଯାଉ , ୧୦. ମେଡ଼ିକାଲ ଅଫିସର୍ ଏ.ଏନ୍.ଏମ୍. ଦିଦି ଓ ସିଂ. ଏଚ୍. ଓ. ଙ୍କର ଆଶାକର୍ମୀ ମାନଙ୍କ ପାଇଁ ଖାଦ୍ୟର ବ୍ୟବସ୍ଥା କରାଯାଉ, ୧୧. ଗର୍ଭବତୀ ମହିଳାମାନଙ୍କ *PMSMA* ନିମନ୍ତେ ଆସୁଥିବା ଆଶାକର୍ମୀ ମାନଙ୍କ ପାଇଁ ଖାଦ୍ୟର ବ୍ୟବସ୍ଥା କରାଯାଉ , ୧୨. (୧୦୦୦) ରୁ ଅଧିକ ଜନସଂଖ୍ୟା ଥିବା ଅଂଚଳରେ ନୂତନ ଆଶାକର୍ମୀ ନିଯୁକ୍ତି କରାଯାଉ , ୧୩. ଆଶାକର୍ମୀ ମାନଙ୍କ କାର୍ଯ୍ୟର ସୁପରିଚାଳନା ନିମନ୍ତେ ମୋବାଇଲ୍ ଫୋନ୍ ପ୍ରଦାନ କରାଯାଉ , ୧୪. ଆବଶ୍ୟକ ଅନୁଯାୟୀ ଆମ୍ବୁଲାନ୍ସ ସେବା ଯୋଗାଇଦିଆଯାଉ, (୧୦୨ / ୧୦୮ ) ।। ଏହି ସବୁ ଦାବି ଆଜି କୁଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଅଧିକାରୀଙ୍କୁ ଜଣାଇ ଥିଲେ। ଏବଂ ଯଦି ଏହି ସବୁ ଦାବିକୁ ଯଦି ପୂରଣ ନ କରାଯାଏ ତେବେ ଆଶାକର୍ମୀ ମାନେ ବାଧ୍ୟ ହୋଇ ପୁନଶ୍ଚ ଆନ୍ଦୋଳନ କରିବେ ।।
Article Image
Article Image
Article Image
4