ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଜଗତସିଂହପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଜଗତସିଂହପୁର, 06/02/2026, ଉତ୍କଳ voice news - utkalvoicenews.com( ଜଗତସିଂହପୁର ରୁ ରୀତା ସାହୁ ଙ୍କ ରିପୋର୍ଟ ) :
Article Image
ଜଗତସିଂହପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଧାରଣା ଦିଆଯାଇଛି । ଧାନ ମଣ୍ଡି ରେ କଟନୀ ଛଟନୀ ବନ୍ଦ କରିବା, ଅଧିକ ମିଲର ନିଯୁକ୍ତି ଦେବା, ମନରେଗା ନାମ ପରିବର୍ତ୍ତନ କରିବା ଦାବିରେ ଜିଲ୍ଲା କଂଗ୍ରେସ ସଭାପତି ଦେଵ ପ୍ରସାଦ ନାୟକ ଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ ନେତା ଓ କର୍ମୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି । ଏହି ଧାରଣା ରେ ଜିଲ୍ଲାର 8ଟି ବ୍ଲକ ଓ ଦୁଇଟି ମୁନିସିପାଲଟି ର ଶତାଧିକ କର୍ମୀ ମାନେ ଯୋଗ ଦେଇ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ନାରାବାଜି ହେଇଥିଲେ । ତେବେ ରାଜ୍ୟ ସରକାର ନ ଶୁଣିଲେ ଆଗମୀ ଦିନରେ ଆନ୍ଦୋଳନ ଜାରି ରହିବ ବୋଲି ଜିଲ୍ଲା କଂଗ୍ରେସ ପକ୍ଷରୁ କୁହାଯାଇଛି ।
Article Image
Article Image
3