ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଜିଲ୍ଲା କଂଗ୍ରେସ କମିଟି ତରଫରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ଢେଙ୍କାନାଳ, 06/02/2026, ଉତ୍କଳ voice news - utkalvoicenews.com*( ଢେ଼ଙ୍କାନାଳ ରୁ ଶୁଭମ୍ ପାଣି ଙ୍କ ରିପୋର୍ଟ ) :*
Article Image
ଆଜି ଢେଙ୍କାନାଳ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସାମ୍ନା ରେ ଢେଙ୍କାନାଳ ଜିଲ୍ଲା କଂଗ୍ରେସ କମିଟି ତରଫରୁ ଜିଲ୍ଲା ସଭାପତି ଶ୍ରୀ ଛବିରାଜ୍ ବିଶ୍ବାଳ ଙ୍କ ସଭାପତିତ୍ବ ରେ ମନରେଗା ବଞ୍ଚାଅ ସମ୍ପର୍କରେ ଏକ ବିକ୍ଷୋପ ପ୍ରଦର୍ଶନ କରାଯିବା ସହିତ ଏହାକୁ ଯଥାଶୀଘ୍ର ପ୍ରତ୍ୟାହାର ନିମନ୍ତେ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା। ଏହି ବିକ୍ଷୋପ କାର୍ଯ୍ୟକ୍ରମରେ ଜିଲ୍ଲା ର ବିଭିନ୍ନ ବ୍ଲକ୍,ଗ୍ରାମପଞ୍ଚାୟତ ଓ ମ୍ୟୁନିସିପାଲଟି ଅଞ୍ଚଳରୁ ଶତାଧିକ କର୍ମୀ ଉପସ୍ଥିତ ଥିଲେ। ଢେଙ୍କାନାଳ ଜିଲ୍ଲା ସଧାରଣ ସମ୍ପାଦକ ନୁରୁଲ୍ ଇସଲାମ୍ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ଏବଂ ବରିଷ୍ଠ ସଦସ୍ୟ ଶ୍ରୀ ରୁଦ୍ର ନାରାୟଣ ଶରଣ କାର୍ଯକ୍ରମ ଶେଷରେ ଧନ୍ୟବାଦ ଜ୍ଞାପନ କରିଥିଲେ।ଅନ୍ୟାନ୍ୟ ନେତୃବୃନ୍ଦ ଙ୍କ ମଧ୍ୟରେ ଗନ୍ଦିଆ ବ୍ଲକ୍ ସଭାପତି ବନମାଳି ଦାସ, ହିନ୍ଦୋଳ ବ୍ଲକ୍ ସଭାପତି ଗୋବର୍ଦ୍ଧନ ଶେଖର ନାଏକ,କାମାକ୍ଷା ନଗର ବ୍ଲକ ସଭାପତି ଶ୍ରୀ ବିପ୍ରବର ସାହୁ,କଂଗ୍ରେସ ର ବରିଷ୍ଠ ସଦସ୍ୟ ଶ୍ରୀ ପ୍ରେମ୍ ଶଙ୍କର ମିଶ୍ର,ପୂର୍ବତନ ମହିଳା ସଭାନେତ୍ରୀ ସ୍ମିତାରାଣି ସାମଲ,ଜିଲ୍ଲା ଉପସଭାପତି ଶ୍ରୀ ସରୋଜ ଶତପଥୀ, ପ୍ରିୟବ୍ରତ ଗଡ଼ନାୟକ, ନଗର ସଭାପତି ବିକାଶ କୁମାର୍ ସ୍ୱାଇଁ,ସାଧାରଣ ସମ୍ପାଦକ ପ୍ରିୟବ୍ରତ ଗଡନାୟକ, ବରିଷ୍ଠ ସଦସ୍ୟ ଡକ୍ଟର ତୁଷାରକାନ୍ତି ନାୟକ, ଦୁଷ୍ମନ୍ତ ଗଡନାୟକ, ଓଡ଼ପଡ଼ା ସଭାପତି ସୁଶାନ୍ତ କୁମାର୍ ଧଳ, ଶ୍ରୀନାଥ ବେହେରା,ରାଜୁ ଖାଁ, ରସାନନ୍ଦ ବେହେରା, ସୁବାଷ ପାଲ୍, ପ୍ରଭୁଦତ୍ତ ଭଟ୍ଟ, ଶିଳ୍ପିଶ୍ରୀ ହରିଶ୍ଚନ୍ଦନ ପ୍ରମୁଖ ଉପସ୍ଥିତ ଥିଲେ।
4