ରାୟଗଡ଼ା / କାଶୀପୁର, 07/02/2026, ଉତ୍କଳ voice news - utkalvoicenews.com( ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) :
ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଡଙ୍ଗାସିଲ ପଞ୍ଚାୟତ ଅନ୍ତର୍ଗତ ପିଏମ୍ ଶ୍ରୀ ସରକାରୀ ଏସ୍.ଏସ୍.ଡି ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପ୍ରତିଯୋଗିତା ଭବ୍ୟ ଭାବେ ଉଦଯାପିତ ହୋଇଯାଇଛି।
ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଜ୍ଞାନରଞ୍ଜନ ସାହୁଙ୍କ ତତ୍ତ୍ୱାବଧାନରେ ଏହି ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାୟଗଡ଼ା ବିଧାୟକ ଆପଲ ସ୍ୱାମୀ କାଡ୍ରାକା ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସରସ୍ୱତୀ ମାଝୀ ଯୋଗଦେଇ ଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ।
ସମ୍ମାନିତ ଅତିଥି ଭାବେ କାଶିପୁର ବ୍ଲକ କଂଗ୍ରେସ ସଭାପତି ରାଜେନ୍ଦ୍ର ଦୁରିଆ, ଏମପି ପ୍ରତିନିଧି ସାଧୁଚରଣ ମାଝୀ, ବିଧାୟକ ପ୍ରାର୍ଥୀ ଜିଜୁରୁ ମାଝୀ, ଯୁବ କଂଗ୍ରେସ ସଭାପତି ଜୋସେପ ଖୋସଲା, ଜାବେଶ ଖସଲା, ଲକ୍ସମନ ନାଏକ,ଡଙ୍ଗାସିଲ ସରପଞ୍ଚ ସୁମିତ୍ରା ମାଝୀ, ସମିତି ସଭ୍ୟା ଚଞ୍ଚଳା ମାଝୀ, ମାନବ ଅଧିକାର ଜିଲ୍ଲା ସମ୍ପାଦକ ସଦନ ମାଝୀ, ଜିଲ୍ଲା ଶିକ୍ଷା ବିଭାଗ ଅଧିକାରୀ ସ୍ୟାମଗନ ବୁଇୟା ଓ କାଶିପୁର W.E.O ଅକ୍ଷୟ କୁମାର ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ।
ବାର୍ଷିକ ଉତ୍ସବ ପ୍ରତିଯୋଗିତାରେ ଛାତ୍ରୀମାନେ ବିଭିନ୍ନ ଖେଳରେ ଅଂଶଗ୍ରହଣ କରି ନିଜ ପ୍ରତିଭା ପ୍ରଦର୍ଶନ କରିଥିଲେ। ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିମାନଙ୍କ ଦ୍ୱାରା ବିଜେତାମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମ ଆନନ୍ଦମୟ ଓ ସଫଳ ଭାବେ ସମ୍ପନ୍ନ ହୋଇଥିଲା।