ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବଡଚଣା ବ୍ଲକ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ରେ ୨୧୯ ଜଣ ଦିବ୍ୟାଙ୍ଗଓ ଭିନ୍ନକ୍ଷମ ଯୋଗ ଦେଇଥିଲେ

ଯାଜପୁର, 07/02/2026, ଉତ୍କଳ voice news - utkalvoicenews.com ( ଯାଜପୁର ରୁ ଉମାକାନ୍ତ ବେହେରା ଙ୍କ ରିପୋର୍ଟ ) :
Article Image
ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗ ଓଡ଼ିଶା ସରକାର ଙ୍କ ପକ୍ଷରୁ ବଡ଼ଚଣା ପଞ୍ଚାୟତ ସମିତି ଅଧିନରେ ଆଜି ଧାନମଣ୍ଡଳ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଆୟୋଜନ ହୋଇ ଅଛି ଏହି ଶିବିର କୁ ଉଦଘାଟନ କରିଥିଲେ ବ୍ଲକ ଅଧ୍ୟକ୍ଷା ମିନତୀ ସେନାପତୀ,ବି,ଡି,ଓ ରବୀନ୍ଦ୍ର କୁମାର ପ୍ରଧାନ,ଡି, ଏସ୍, ଏସ୍,ଓ,ଜାନକୀ ହେମ୍ରମ୍,ସରପଞ୍ଚ ନବଦୀପ ନାୟକ ପରେ ବିଭିନ୍ନ ଜାଗାରେ କ୍ୟାମ୍ପ କରାଯାଇ ବିଭିନ୍ନ ବର୍ଗର ଦିବ୍ୟାଙ୍ଗ ମାନଙ୍କୁ ଚିହ୍ନଟ କରାଯାଇ ଥିଲା ଏହି ଶିବିରରେ ମୋଟ ୨୧୯ ଜଣ ଭିନ୍ନକ୍ଷମ ମଧ୍ୟରୁ ଅର୍ଥପେଡ଼ି ବିଭାଗ ରୁ ୧୧୪ ଜଣ,ଭିଜୁଆଲ ଇମ୍ପାକ୍ଟ ୧୮ ଜଣ, ଇ,ଏନ,ଟି ୩୨ ଜଣ, ଏମ, ଆର୍,ସି,ପି ୪୮ ଜଣ ମେଡିସିନ ୭ ଜଣ ଭିନ୍ନକ୍ଷମ ଏହି କ୍ୟାମ୍ପରେ ଯୋଗ ଦେଇଥିଲେ ସମସ୍ତ କାର୍ଯ୍ୟ କୁ ବଡ଼ଚଣା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଅଭିନ୍ନ କୁମାର ଜେନା ଏବଂ ବ୍ଲକର ସମସ୍ତ ଅଧିକାରୀଙ୍କ ସହାୟତାରେ ପରିଚାଳନା କରାଯାଇଥିଲା । ଆଗାମୀ ଶିବିର ତା ୧୧.୦୨.୨୦୨୬ ରିଖ ଦିନ ବାଲିଚନ୍ଦ୍ରପୁର ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ହେବାକୁ ଯାଉଛି। ଉକ୍ତ ଶିବିରରେ ମଧ୍ୟ ଏକାଧିକ ଦିବ୍ୟାଙ୍ଗ ଯୋଗଦେବାର ସମ୍ଭାବନା ଅଛି ।
Article Image
14