ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

୧୨ ଫେବୃଆରୀ ଭାରତ ବନ୍ଦ ପାଇଁ ଶ୍ରମିକ, କୃଷକ କର୍ମଚାରୀଙ୍କର ଗଣ କନ୍‌ଭେସନ୍

ଢେଙ୍କାନାଳ, 08/02/2026, ଉତ୍କଳ voice news - utkalvoicenews.com*( ଢେ଼ଙ୍କାନାଳ ରୁ ଶୁଭମ୍ ପାଣି ଙ୍କ ରିପୋର୍ଟ ) :*
Article Image
ଢେଙ୍କାନାଳ ମେହେନ୍ତର ସଂଗଠନ କାର୍ଯ୍ୟାଳୟଠାରେ କେନ୍ଦ୍ରୀୟ ଶ୍ରମିକ ସଂଗ ସାନ ଫେଡେରେସନ୍ ଆହ୍ୱାନରେ ଶ୍ରୀନିବାସ ସାହୁଙ୍କ ସଭାପତିତ୍ୱରେ ଗଣକନ୍‌ଭେନ୍‌ସନ୍‌ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ଆସନ୍ତା ୧୨ ତାରିଖରେ ହେବାକୁ ଯାଉଥିବା ଭାରତ ବନ୍ଦ ଉପରେ ଆଲୋଚନା କରାଯାଇଥିଲା। ଶ୍ରମିକ ବିରୋଧୀ ୪ଟି ଶ୍ରମକୋଡ ବାତିଲ୍ କରିବା, ସ୍କିମ୍ ଓ୍ବାର୍କରକୁ ଶ୍ରମିକ ମାନ୍ୟତା, ବିଦ୍ୟୁତ୍ ବିଲ୍ ୨୦୨୫ ପ୍ରତ୍ୟାହାର ସର୍ବନିମ୍ନ ମଜୁରୀ, ନିର୍ମାଣ ଶ୍ରମିକମାନଙ୍କ ପାଇଁ ସରଳୀକରଣ କରାଯିବା, କୃଷି ଶ୍ରମିକମାନଙ୍କୁ ବର୍ଷସାରା କାମ ଯୋଗାଇଦେବା ସହିତ ମନରେଗା ଯୋଜନାର ମଜୁରୀ ୬୦୦ ଟଙ୍କା ବୃଦ୍ଧି କରାଯାଉ, ରାଷ୍ଟ୍ରାୟତ ଉଦ୍ୟୋଗରୁ ପୁଞ୍ଜି ପ୍ରତ୍ୟାହାର, ପୁରୁଣା ପେନ୍‌ସନ୍ ଲାଗୁ କରିବା, ଫସଲର ଏସ୍ଏସ୍‌ପି ଲାଗୁ କର, ମଣ୍ଡିକୁ ସୁବ୍ୟବସ୍ଥା କରାଯାଉ, ପ୍ରତି ବ୍ଲକ୍‌ରେ କୋଲ୍ ଷ୍ଟଲ୍ ପ୍ରତିଷ୍ଠା କରିବା ପ୍ରଭୃତି ବିଭିନ୍ନ ଦାବୀ ଉପରେ ଆଲୋଚନା କରାଯାଇଥିଲା। ଭାରତ ବନ୍ଦରେ ଜିଲ୍ଲାରେ ଥିବା ସମସ୍ତ ବିଦ୍ୟାଳୟ, ବସ୍ ଚଳାଚଳ, ଦୋକାନ ବଜାର ବନ୍ଦ କରିବାକୁ ଜିଲ୍ଲାର ଜନଗଣଙ୍କୁ ଏଥିରେ ସାମିଲ୍ ହେବାକୁ ଆହ୍ବାନ ଦିଆଯାଇଥିଲା । ଉକ୍ତ କନ୍‌ଭେନ୍‌ସନ୍‌ରେ ସର୍ବଜ୍ଞ ସାହୁ, ହରପ୍ରିୟା ସାଇଁ, ରବି ରଥ, ସରୂପାନନ୍ଦ ଦାସ, ସରୋଜ ଶତପଥୀ, ବିନୟ କୁମାର ସାହୁ, ସମଲେଶ୍ବରୀ ପ୍ରସାଦ ମଲ୍ଲିକ, ଅରୁଣ କୁମାର ସାହୁ, ଆଭାସି ଯୋଗେ ଲକ୍ଷ୍ମୀଧର ସାହୁ, ଅଯୋଧ୍ୟା ସାହୁ, କମଳା ସାହୁ ଓ ବାବୁଲି ସିଂ ପ୍ରମୁଖ ଉପସ୍ଥିତ ଥିଲେ ।
5