ଏରସମା, 08/02/2026, ଉତ୍କଳ voice news - utkalvoicenews.com*( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :*

ଏରସମା ଅଞ୍ଚଳରୁ ବିପୁଳ ପରିମାଣର ବ୍ରାଉନ ସୁଗାର ଜବତ କରିଯିବା ସହିତ ୨ ଜଣଙ୍କୁ ପୋଲିସ ଗିରଫ କରିଛି।ଅଭିଯୁକ୍ତ ଦୁଇଜଣଙ୍କ ଠାରୁ ସର୍ବମୋଟ ୧୯ - ୮୩୦ ଗ୍ରାମ ବ୍ରାଉନ ସୁଗର ଜବତ କରାଯାଇଛି। ଆରକ୍ଷୀ ଅଧିକ୍ଷକ ଅଙ୍କିତ ବର୍ମା ଓ ତିର୍ତ୍ତୋଲ ଏସ୍ ଡି ପି ଓ ଅଜୟ ଦାସଙ୍କ ଚୋରା ନିଶା କାରବାର ପ୍ରତି କଡ଼ା ନଜରକୁ ଦ୍ରୃଷ୍ଟିରେ ରଖି ଏରସମା ପୁଲିସକୁ ଏହି ସଫଳତା ମିଳିଛି।ଘଟଣାରୁ ଜଣାପଡିଛି ପଦ୍ମପୁରର ଗାଦି ବ୍ରହ୍ମ ମଠ ନିକଟରେ ବ୍ରାଉନ ସୁଗାର କାରବାର ଚାଲିଥିବାର ଶୁକ୍ରବାର ଏରସମା ପୁଲିସକୁ କୈାଣସି ସୂତ୍ରରୁ ଖବର ମିଳିଥିଲା।ଖବର ମୁତାବକ ଥାନା ଅଧିକାରୀ ପ୍ରେମଜିତ୍ ଦାସଙ୍କ ନିର୍ଦ୍ଦେଶକ୍ରମେ,ସବ୍ ଇନ୍ସପେକ୍ଟର ବିଶ୍ୱଜିତ୍ ଗଡ଼ନାୟକଙ୍କ ନେତ୍ରୃତ୍ୱରେ ଏକ ପୁଲିସ ଟିମ୍ ଏ ଏସ୍ ଆଇ ସୁଶାନ୍ତ ଆଚାର୍ଯ୍ୟ,କନଷ୍ଟେବଲ୍ ଏମ୍ ଆର୍ ସେଠି, ଏସ୍ କେ ମହାନ୍ତି, ଆର୍ କେ ସିଂ,ପି ସ୍ଵାଇଁ ଏବଂ ଓ ଏ ପି ଫୋର୍ସ ଏସ୍ କାହ୍ନା ଗାଦି ବ୍ରହ୍ମ ମଠ ନିକଟରେ ପହଞ୍ଚି ଚଢାଉ କରିଥିଲେ।ଏଠାରେ ବ୍ରାଉନ ସୁଗାର ବିକ୍ରୟ ପାଇଁ ଠିଆ ହୋଇଥିବା ୨ ଜଣ ଯୁବକଙ୍କୁ ମାଡି ବସିଥିଲେ। ସେମାନେ ହେଲେ ଆମ୍ବିକି ଗ୍ରାମର ଲକ୍ଷ୍ମୀଧର ଦାସ (୩୨) ଓ ଅଶିଆ ଗ୍ରାମର ବିକାଶ ସାହୁ (୨୪) ।ଏମାନଙ୍କୁ ସର୍ଚ୍ଚ କରାଯିବାରୁ, ଲକ୍ଷ୍ମୀଧର ଦାସ ପ୍ୟାଣ୍ଟ୍ ପକେଟରୁ ୧୪ - ୨୮୦ ଓ ବିକାଶ ସାହୁ ପ୍ୟାଣ୍ଟ ପକେଟରୁ ୫ - ୫୫୦ ଗ୍ରାମ ବ୍ରାଉନ ସୁଗାର ଜବତ ସହିତ,୨ ଟି ମୋବାଇଲ ଫୋନ୍,ନଗଦ ୧୮ ହଜାର ୧୫୦ ଟଙ୍କା ଏବଂ ଓ ଡ଼ି - ୦୫ - ଆର୍ - ୮୫୯୭ ବଜାଜ ପଲ୍ସର ମଟର ସାଇକଲ ମଧ୍ୟ ସେମାନଙ୍କ ଠାରୁ ଜବତ କରାଯାଇଛି। ଜବତ ବ୍ରାଉନ ସୁଗର ଯାହାର ମୂଲ୍ୟ ୨ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ଵ ହେବବୋଲି ଆଜି ଏକ ପ୍ରେସ ରିଲିଜରେ ପୁଲିସ କହିଛି।ତେବେ ଅଭିଯୁକ୍ତ ୨ ଜଣଙ୍କୁ ଆଜି ସନ୍ଧ୍ୟାରେ କୋର୍ଟ ଚାଲାଣ କରାଯାଇଛି।

