ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବୁଦ୍ଧଖୋଲ ମହୋତ୍ସବ ଉଦଘାଟିତ

ବୁଗୁଡ଼ା, 08/02/2026, ଉତ୍କଳ voice news - utkalvoicenews.com( ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ ) :
Article Image
ସ୍ଥାନୀୟ ଐତିହାସିକ ଶୈବପୀଠ ବୁଦ୍ଧଖୋଲ ପାଦଦେଶରେ ଆୟୋଜିତ ତ୍ରିଦିବସୀୟ ବୁଦ୍ଧଖୋଲ ମହୋତ୍ସବର ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବୁଦ୍ଧଖୋଲ ଉନ୍ନୟନ ସମିତି ସଭାପତି ତଥା ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ଦ୍ବାରା ଉଦଘାଟିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ ସ୍ବାଇଁ ,ଜିଲ୍ଲପାଳ ଭି. କିର୍ତ୍ତଭାସନ, ଏସପି ଶୁଭେନ୍ଦୁ କୁମାର ପାତ୍ର ,ଭଞ୍ଜନଗର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରଞ୍ଜନ କୁମାର ଦେ, ଉପଜିଲ୍ଲାପାଳ ଉମା ଶଙ୍କର ବେହେରା ,ପୂର୍ତ୍ତ ବିଭାଗ ଏସଇ ସତ୍ୟ ରଞ୍ଜନ ପରିଡା ପ୍ରମୁଖ ଯୋଗ ଦେଇ ଐତିହାସିକ ଶୈବପୀଠ ବୁଦ୍ଧଖୋଲ ଅଗଣିତ ଶ୍ରଦ୍ଧାଳୁ ଏବଂ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ସହ ଐତିହ୍ୟ ଓ ସଂସ୍କୃତିର ପ୍ରାଣକେନ୍ଦ୍ର ପାଲଟିଛି ବୋଲି ମତବ୍ୟକ୍ତ କରିଥିଲେ । ଏ ଅବସରରେ ବୁଗୁଡା ବ୍ଲକର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବ୍ଯକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ମହୋତ୍ସବର ଉଦଘାଟନୀ ଦିବସରେ ମଣ୍ଟୁ ଛୁରିଆଙ୍କ ସଙ୍ଗୀତ ସମସ୍ତଙ୍କୁ ବିମୋହିତ କରିଥିବା ବେଳେ ସ୍ୱାମୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ର ଅନ୍ତରପଡା, ମାଣିତରା ମା' ସରସ୍ବତୀ ବିଦ୍ୟା ମନ୍ଦିର ,ପୋଲସରା ଏସବିଡିସି ଡ୍ୟାନ୍ସ ଗ୍ରୁପ, କାନକୁଟୁରୁ ମା' ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ,ବୁଗୁଡ଼ା ନିୟୁ ଏରା ପବ୍ଲିକ ସ୍କୁଲ ,ପୋଲସରା ନଟରାଜ କଳା କେନ୍ଦ୍ର,ମୁଁ ଜଣେ କଳାକାର ଗ୍ରୁପ ,ଜଗନ୍ନାଥପ୍ରସାଦର ଶ୍ରୀ ନୃତ୍ୟ କଳାକେନ୍ଦ୍ର ଓ ପ୍ରଜ୍ଞା ନୃତ୍ୟାୟନର କଳାକାରମାନଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ବ୍ରହ୍ମପୁରର ଲକ୍ଷ୍ମୀ ନୃସିଂହ ରଣପା ନୃତ୍ୟ, କାନକୁଟୁରୁର ଢୋଲଚାଙ୍ଗୁ ନୃତ୍ୟ ପରିବେଷିତ ହୋଇଥିଲା । ବୁଦ୍ଧଖୋଲ ଉନ୍ନୟନ ସମିତିର ସାଧାରଣ ସମ୍ପାଦକ ଗଙ୍ଗାଧର ବିଷୋୟୀ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ଆଜିର ଶ୍ରୀକର ଭଞ୍ଜ ସ୍ମୃତି ସନ୍ଧ୍ୟା କାର୍ଯ୍ୟକ୍ରମ ପରିଚାଳନାରେ ବୁଦ୍ଧଖୋଲ ଉନ୍ନୟନ ସମିତିର ସଦସ୍ୟଗଣ ସହଯୋଗ କରିଥିଲେ।
7