ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଗୁଣପୁରର ଜ୍ୟୋତିର୍ବିଦ ଡକ୍ଟର ଗଣେଶ ମାଳି ଙ୍କୁ ପୁରୀରେ ଦୈବଜ୍ଞ ଶ୍ରୀ ସମ୍ମାନ ପ୍ରାପ୍ତ

ରାୟଗଡ଼ା / ଗୁଣପୁରର, 08/02/2026, ଉତ୍କଳ voice news - utkalvoicenews.com*( ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) :*
Article Image
ପବିତ୍ର ଫାଲଗୁନ ମାସ ସପ୍ତମୀ ତିଥି ତଥା ଇଂରାଜୀ ତାରିଖ 07/02/2026 ମସିହା ଶନିବାର ଦିନ ଶ୍ରୀକ୍ଷେତ୍ର ଧାମ ପୁରୀସ୍ଥିତ କେନ୍ଦ୍ରୀୟ ସଂସ୍କୃତ ବିଶ୍ବ ବିଦ୍ୟାଳୟ ପରିସରରେ ଏକ ଅନ୍ତର୍ଜାତୀୟ ଜ୍ୟୋତିଷ ସମ୍ମିଳନୀ ଆୟୋଜିତ ହୋଇଥିଲା l ଉକ୍ତ କାର୍ଯ୍ୟକ୍ରମ ରେ ଓଡିଶା ତଥା ଭାରତର ବିଭିନ୍ନ ରାଜ୍ୟରୁ ଅନେକ ବିଦ୍ୱାନ ଜ୍ୟୋତିର୍ବିଦ ଅଂଶ ଗ୍ରହଣ କରିଥିଲେ l ଇତ୍ୟ ଅବସରରେ ଗୁଣପୁରର ଯୁବ ପ୍ରତିଭା ଜ୍ୟୋତିର୍ବିଦ ଡକ୍ଟର ଗଣେଶ ମାଳି ମଧ୍ୟ ଅତିଥି ଭାବେ ଯୋଗ ଦେଇ ରୋଗ ନିରାକରଣ ଉପରେ ଜ୍ୟୋତିଷର ପ୍ରଭାବ କୁ ପ୍ରତିପାଦନ କରିଥିଲେ l ଭାରତର ସ୍ବନାମ ଧନ୍ୟ. ତଥା ସେଲିବ୍ରିଟି ବରିଷ୍ଠ ଜ୍ୟୋତିର୍ବିଦ ଡକ୍ଟର Hs ରାବତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ରାଜ୍ୟସଭା ସଦସ୍ୟ ଶ୍ରୀ ଶୁଭାଶିଷ ଖୁଣ୍ଟିଆ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ l ଡକ୍ଟର ମାଳିଙ୍କୁ ଜ୍ୟୋତିଷ ରେ ଅବଦାନ ନିମନ୍ତେ ଅତିଥି ଙ୍କ ଦ୍ୱାରା ଦୈଵଜ୍ଞ ଶ୍ରୀ ସମ୍ମାନ ପ୍ରାପ୍ତ ହୋଇଥିଲା l ପ୍ରକାଶ ଥାଉକି ଶ୍ରୀ ମାଳି ଏଥି ପୂର୍ବରୁ ଅନେକ ଉପାଧି ରାଜ୍ୟ ସ୍ତରରେ ପ୍ରାପ୍ତ କରିଛନ୍ତି l ଶ୍ରୀ ଗଣେଶ ମାଳି ତାଙ୍କରି ଏହି ସଫଳତା କେବଳ ତାଙ୍କ ଜ୍ୟୋତିଷ ଗୁରୁ ବ୍ରହ୍ମଳୀନ ପୂଜ୍ୟ ଶ୍ରୀ ସ୍ୱାମୀ ବିଦ୍ୟାନନ୍ଦ ସାଗର ମହାରାଜ ଙ୍କ ଦ୍ୱାରା ହିଁ ସମ୍ଭବ ହୋଇଛି ବୋଲି ପ୍ରକାଶ କରିଛନ୍ତି l ତେଣୁ ତାଙ୍କୁ ଚାରିଆଡୁ ଶୁଭେଚ୍ଛା ପ୍ରାପ୍ତ ହେଉଛି l
4