ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବିଜୟ ସ୍ୱାଇଁ ହେଲେ ବିଜୁଜନତା ଦଳର ଜିଲ୍ଲା ଉପସଭାପତି

ଏରସମା, 08/02/2026, ଉତ୍କଳ voice news - utkalvoicenews.com*( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :*
Article Image
ଏରସମା ବ୍ଲକ ବିଜୁଜନତା ଦଳର ଦୃଢ ସଂଗଠକ | ଜନତା ଦଳ ରେ ନିଜର ରାଜନୈତିକ ଜୀବନ ଆରମ୍ଭ କରି ପର ମୁହୂର୍ତ୍ତ ରେ ବିଜୁ ଜନତା ଦଳ ଗଠନ ସମୟ ରେ ଦଳର ପ୍ରତିଷ୍ଠାତା ସଦସ୍ୟ ରୂପେ ତାଙ୍କର ଭୂମିକା ଏରସମା ବ୍ଲକ ରେ ଅତ୍ୟନ୍ତ ଗୁରୁତ୍ୟୋ ପୂର୍ଣ୍ଣ ରହିଥିଲା |ସେ ଜଣେ ଅଣକଂଗ୍ରେସ ରାଜନୈତିକ ବିଚାର ଧାରା କୁ ନେଇ ସ୍ବର୍ଗତ ଦାମୋଦର ରାଉତ ଙ୍କ ଜଣେ ଘନିଷ୍ଟ ସହଯୋଗୀ ଭାବେ କାର୍ଯ୍ୟ କରିଆସିଛନ୍ତି |ପର ମୁହୂର୍ତ୍ତ ରେ ପ୍ରଶାନ୍ତ ମୁଦୁଲି ଏବଂ ରଘୁନନ୍ଦନ ଦାସ ଓ ସାରଦା ଜେନା ଙ୍କ ବିଶ୍ୱାସ ଭାଜନ ହୋଇପାରିଥିଲେ |ବିଜୟ କୁମାର ସ୍ୱାଇଁଙ୍କୁ ବିଜୁଜନତା ଦଳର ଜଗତସିଂହପୁର ଜିଲ୍ଲା ଉପସଭାପତି ଭାବେ ମନୋନୀତ କରାଯାଇଛି।ରାଜ୍ୟ ବିଜୁଜନତା ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଜିଲ୍ଲା କମିଟି ଘୋଷଣା କରାଯାଇଥିଲା ।ଏହି ଘୋଷଣାରେ ବିଜୁଜନତା ଦଳର ଉପସଭାପତି ଭାବେ ଗୁରୁତ୍ୱପୂର୍ଣ୍ଣ ଦାଇତ୍ଵ ଦେଇଥିବାରୁ ଶ୍ରୀଯୁକ୍ତ ସ୍ୱାଇଁ ଅତ୍ୟନ୍ତ ଖୁସି ହେବା ସହିତ ବିଜୁଜନତା ଦଳର ରାଜ୍ୟ ସଭାପତି ନବୀନ ପଟ୍ଟନାୟକ, ବାଲିକୁଦା ଏରସମା ବିଧାୟକ ସାରଦା ପ୍ରସନ୍ନ ଜେନା, ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସ, ଜଗତସିଂହପୁର ଜିଲ୍ଲା ବିଜୁଜନତା ଦଳର ସଭାପତି ପ୍ରଶାନ୍ତ କୁମାର ମୁଦୁଲିଙ୍କୁ ଧନ୍ୟବାଦ ଜଣାଇଛନ୍ତି।ନିଜର ଦାଇତ୍ୱ ସଠିକ୍ ଭାବରେ ତୁଲାଇବା ସହିତ ଯୁବକମାନଙ୍କର ସମସ୍ୟା ଓ ଦଳର ସାଂଗଠନିକ କାର୍ଯ୍ୟ ଦକ୍ଷତା କିପରି ଆଗାମୀ ଦିନରେ ସୁଦୃଢ ହେବ ସେ ଦୀଗରେ କାମ କରିବେ ବେଲି ଶ୍ରୀଯୁକ୍ତ ସ୍ୱାଇଁ ପ୍ରକାଶ କରିଛନ୍ତି।ଏଇ ଭଳି ଗୁରୁ ଦାଇତ୍ୱ ପ୍ରଦାନ କରିଥିବାରୁ ଏରସମା ଓ ବାଲିକୁଦା ସମସ୍ତ ଅଞ୍ଚଳ ବାସୀଙ୍କ ତରଫରୁ ବିଜୟ ସ୍ୱାଇଁଙ୍କୁ ଅଶେଷ ଅଶେଷ ଅଭିନନ୍ଦନ ଶୁଭେଚ୍ଛା ଜଣେଇବା ସହିତ କୃତଜ୍ଞତା ଜ୍ଞାପନ କରୁଛନ୍ତି।
6