ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଜୟନ୍ତୀ ପାଳିତ

ବୁଗୁଡ଼ା, 03/02/2025, ଉତ୍କଳ voice news - utkalvoicenews.com (ସୋରେନ କୁମାର ପ୍ରଧାନ):
Article Image
ସ୍ଥାନୀୟ ବିରଞ୍ଚିନାରାୟଣ କଲ୍ଯାଣୀ ମଣ୍ଡପ ପରିସରରେ କବିସମ୍ରାଟ ସ୍ମାରକ ସଂସଦ ପକ୍ଷରୁ ଉପେନ୍ଦ୍ର ଭଞ୍ଜଙ୍କ ଜୟନ୍ତୀ ସମାରୋହ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଅନୁଷ୍ଠାନର ସଭାପତି ମହନ୍ତ ଭକ୍ତରାମ ଦାସଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଫେସର ସୁବାସ ଚନ୍ଦ୍ର ପରିଡା, ମୁଖ୍ୟବକ୍ତା ଭାବେ ଭଞ୍ଜ ସାହିତ୍ୟ ଗବେଷକ ମୋତିଲାଲ ପତି, ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ ରଘୁନାଥ ସାହୁ ଓ କବି ସୌଦାମିନୀ ମିଶ୍ର ଯୋଗ ଦେଇ ଉପେନ୍ଦ୍ର ଭଞ୍ଜଙ୍କ କବିତ୍ବ ଉପରେ ଆଲୋକପାତ କରିଥିଲେ । ଏ ଅବସରରେ ଉପେନ୍ଦ୍ର ଭଞଙ୍କ ଗାନ କରିଥିବା ବିଭିନ୍ନ ଅନୁଷ୍ଠାନର କୃତି ଛାତ୍ରଛାତ୍ରୀଙ୍କୁ ପ୍ରମାଣ ପତ୍ର ସହ ପୁରସ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ସଂସଦ ସମ୍ପାଦକ ବିଭୁତି ଭୂଷଣ ମିଶ୍ର ପରିଚାଳନା କରିଥିବା ବେଳେ ପରିଶେଷରେ ଶିକ୍ଷାବିତ ଚିତ୍ତରଞ୍ଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।
Article Image
ସେହପରି ଖୋଳଖାଳି ଗ୍ରାମରେ ଉପେନ୍ଦ୍ର ଭଞ୍ଜ ସ୍ମୃତି ସାହିତ୍ୟ ସଂସଦ ପକ୍ଷରୁ ଭଞ୍ଜ ଜୟନ୍ତୀ ଓ ଭଞ୍ଜ ସଙ୍ଗୀତ ଆସର ଅନୁଷ୍ଠିତ ହୋଇଯାଇଛି। ସାହିତ୍ୟ ପତ୍ରିକା “ଭଞ୍ଜମାଟି”ର ସମ୍ପାଦକ କାମରାଜୁ ସାହାଣୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜଗନ୍ନାଥ ପ୍ରସାଦ ମହାବିଦ୍ୟାଳୟ ଅଧ୍ଯକ୍ଷ ନୃସିଂହ ଚରଣ ପ୍ରଧାନ, ମୁଖ୍ୟ ବକ୍ତା ଭାବେ ଗୋବରା ମହିଳା ମହାବିଦ୍ୟାଳୟ ଅଧ୍ଯାପିକା ନଳିନୀ ପ୍ରଭା ଦାସ ଯୋଗ ଦେଇ ଭଞ୍ଜ ସାହିତ୍ୟ ଉପରେ ଆଲୋକପାତ କରିଥିଲେ। ଏ ଅବସରରେ କଣ୍ଠଶିଳ୍ପୀ ସୁରେନ୍ଦ୍ର ଦାସ, ପ୍ରଭାକର ସ୍ବାଇଁ, କେଦାର ଜେନା, କାଳୁ ଚରଣ ଘଡେଇ, ରୀତି ସ୍ନିଗ୍ଧା ପ୍ରଧାନ, ମିତାଲି ପଟ୍ଟନାୟକ ଭଞ୍ଜ ସଂଗୀତ ଗାନ କରିଥିବା ବେଳେ ବିଶାଖା ମହାରଣା ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ। ପରିଶେଷରେ କୁମୁଦ ଚନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।
1