ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଉପାନ୍ତର ଯୁବନେତା ପ୍ରିତମ କୁମାର୍ ରାଜଧାନୀରେ ସମ୍ମାନୀତ

ରାୟଗଡ଼ା, 08/02/2026, ଉତ୍କଳ voice news - utkalvoicenews.com*( ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) :*
Article Image
ଉପାନ୍ତ ଜିଲ୍ଲା ରାୟଗଡ଼ା ଜିଲ୍ଲାର ଜଣେ ଯୁବ ନେତା ତଥା ସମାଜସେବୀ ଏକାଧାରରେ ସଙ୍ଗଠକ ପ୍ରିତମ କୁମାରଙ୍କୁ ରାଜଧାନୀରେ ସମ୍ମାନୀତ କରିବା ସହ ତାଙ୍କର ଏହି ଉତ୍ସର୍ଗୀକୃତ ସେବା ମନୋବୃତ୍ତି ବର୍ତ୍ତମାନର ଯୁବପିଢୀ ପାଇଁ ଏକ ଉଦାହରଣ ବୋଲି ଏହା ସମାରୋହରେ ବିଶିଷ୍ଟ ଅତିଥି ମାନେ ନିଜ ବକ୍ତବ୍ୟରେ କହିଥିଲେ । ଜିଲ୍ଲାରେ ଜଣେ ସୁପରିଚିତ ଓ ବଳିଷ୍ଠ ନେତୃତ୍ଵର ଉଦାହରଣ ସାଜିଛନ୍ତି ପ୍ରିତମ କୁମାର୍ । ସର୍ବଦା ତୃଣମୂଳ ସ୍ତରରେ ଲୋକଙ୍କ ସହ ରହି ସୁଖଦୁଃଖର ସାଥୀ ହୋଇ ସର୍ବଦା ସହଯୋଗର ବାର୍ତ୍ତା ଦେଇ ଚର୍ଚ୍ଚାର ପରିଧିରେ ରହିବା ସହ ଅତି ନିରାଡମ୍ବର ଜୀବନ ଯାପନ କରି ଲୋକଙ୍କ ପ୍ରିୟର ପାତ୍ର ହୋଇ ପାରିଛନ୍ତି । ଉପାନ୍ତ ଅଞ୍ଚଳର ଆଦିବାସୀ ବହୁଳ ଜିଲ୍ଲାରେ ଲୋକଙ୍କ ଶିକ୍ଷା ହେଉ ବା ସ୍ବାସ୍ଥ୍ୟ ଅଥବା ସାମାଜିକ କଲ୍ୟାଣ ସର୍ବଦା ଚେଷ୍ଟା କରି ସବୁ ବର୍ଗର ଲୋକଙ୍କ ସହାୟକ ସାଜି ସାହାଯ୍ୟର ହାତ ବଢ଼ାଇ ନିଜର ମାନବିକତାର ପରିଚୟ ଦେଇଛନ୍ତି l ସରକାରଙ୍କ ପ୍ରତିଟି ଯୋଜନା କିଭଳି ଘରେ ଘରେ ପହଞ୍ଚି ସମଗ୍ର ଜିଲ୍ଲାବାସୀ ତଥା ସ୍ଵତନ୍ତ୍ର ଭାବେ ପଛୁଆ ବର୍ଗର ଲୋକେ ସାମିଲ ହୋଇ ଏହାର ସୁବିଧା ପାଇ ପାରିବେ ତାହାହିଁ ତାଙ୍କର ମୁଖ୍ୟ ଲକ୍ଷ୍ୟ ବୋଲି କହିଛନ୍ତି ଯୁବ ସମାଜସେବୀ ପ୍ରିତମ କୁମାର୍ l ପ୍ରତିଟି ମୁହୂର୍ତ୍ତରେ ସେ ସାଧାରଣ ବର୍ଗର ଲୋକଙ୍କ ପାଇଁ ନିଜକୁ ଉତ୍ସର୍ଗୀକୃତ କରିବା ସହ ଏହି ସେବା ତାଙ୍କୁ ଜୀବନର ଏକ ଆନନ୍ଦଦାୟକ ପଥ ବୋଲି କହିବା ଆଜୀବନ ଏହିଭଳି ସେବା ଯୋଗାଇବାକୁ ନିଜର ଚେଷ୍ଟା ଜାରି ରଖିବାକୁ ପ୍ରୟାସ କରିବେ ବୋଲି କହିଛନ୍ତି l ଏହା ମୁକ୍ତ କଲମ ସାପ୍ତାହିକ ଖବର କାଗଜର ୨୯ତମ ବାର୍ଷିକୋତ୍ସବ ସମ୍ମାନ ସମାରୋହରେ ମୁଖ୍ୟ ଅତିଥି ଭାବେ ରାଜ୍ୟର ମତ୍ସ୍ୟ ଓ ପଶୁପାଳନ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶକ ନୀୟତି ପଟ୍ଟନାୟକ , ଅନୁସୂଚିତ ଜାତି ଓ ଜନଜାତି ନିର୍ଦ୍ଦେଶକ ଲକ୍ଷ୍ମଣ ମଲ୍ଲିକ ମୁଖ୍ୟ ବକ୍ତା ଭାବେ ଫକିର ମୋହନ ବିଶ୍ବବିଦ୍ୟାଳୟର ପୁର୍ବତନ ଉପାଧ୍ୟକ୍ଷ କୁମାରବର ଦାଶ ପ୍ରମୁଖ ଯୋଗ ଦେଇଥିଲେ l ଏହି ସମାରୋହ ମୁକ୍ତ କଲମ ସାପ୍ତାହିକ ଖବର କାଗଜର ସମ୍ପାଦକ ଜ୍ଞାନ ରଞ୍ଜନ ଦାଶଙ୍କ ତତ୍ତ୍ଵାବଧାନରେ ଅତି ସୁରୁଖୁରୁ ଭାବେ ପରିଚାଳିତ ହୋଇଥିଲା l
5