ନିଆଳୀ, 08/02/2026, ଉତ୍କଳ voice news - utkalvoicenews.com*(ଜଗତସିଂହପୁର ରୁ ସରୋଜ ନାୟକ ଙ୍କ ରିପୋର୍ଟ) :*

ନିଆଳୀ ବ୍ଲକ୍ ଏକବେରୁଆଁ ପଞ୍ଚାୟତ ସୁଧାନଗରସ୍ଥିତ ଶ୍ରୀ ଗୋପାଳଜିଉ ମଠରେ ଦୀର୍ଘ ୬୦ବର୍ଷ ଧରି ପୂଜା ପାଉଥିବା ଚତୁର୍ଦ୍ଧା ମୂର୍ତ୍ତିଙ୍କ ନିମନ୍ତେ ଏକ ନୂତନ ମନ୍ଦିର ନିର୍ମାଣ କରାଯାଇଥିବା ବେଳେ ଶୁକ୍ରବାର ତାହାର ରତ୍ନମୁଦ ଦିଆଯାଇଛି। ମଠର ଅଧିକାରୀ କୃପାସିନ୍ଧୁ ଦାଶଙ୍କ ତତ୍ତ୍ବାବଧାନରେ ଶ୍ରଦ୍ଧାଳୁମାନଙ୍କ ଅନୁଦାନରେ ନିର୍ମିତ୍ତ ଶ୍ରୀ ଜଗନ୍ନାଥ ମନ୍ଦିରର ରତ୍ନମୁଦ ଅବସରରେ ଆୟୋଜିତ ମହୋତ୍ସବରେ ଆଖ ପାଖ ଅଞ୍ଚଳ ତଥା ଦୂରଦୁରାନ୍ତରୁ ବହୁ ସାଧୁ ସନ୍ଥ,ଶ୍ରଦ୍ଧାଳୁ ମାନଙ୍କୁ ନିମନ୍ତ୍ରଣ କରାଯାଇଥିବା ବେଳେ ବିଭିନ୍ନ ମଠରୁ ଯଥା ନୂଆଗାଁ ମଠ ନିଆଳୀରୁ ମହନ୍ତ ଶ୍ରୀ ଦିବ୍ୟସିଂହ ଦାଶ,ଗୁହାଳକୂଳ ମଠ ମହନ୍ତ ଶ୍ରୀ ରାଧା ଚରଣ ଦାଶ,ବନମାଳୀପୁର ମଠ ମହନ୍ତ ଶ୍ରୀ ସୁଦର୍ଶନ ଦାଶ,ପତ୍ରକଣା ମଠ ବାବାଜୀ ଶ୍ରୀ ସନାତନ ଦାଶ,ସିଠାଳୋ ମଠ ବାବାଜୀ ଶ୍ରୀ ଦୁଖିଶ୍ୟାମ ଦାଶ,ଖରିବିଲି ମାତାଜୀ ଶ୍ରୀ ଶ୍ରୀ ବସୁଧା ଦେବୀ ଦାସୀ,ଫୁଲାର ମଠ ମହନ୍ତ ଶ୍ରୀ ଜଗନ୍ନାଥ ଦାଶ ,ଆଳିପିଙ୍ଗଳ ବଲବଣ ମଠ ସନ୍ଥ ଶ୍ରୀ ରାମାଭିଷେକ ମହାରାଜ,କରଞ୍ଜ ସ୍ୱପ୍ନେଶ୍ୱର ମନ୍ଦିର ପଣ୍ଡିତ ଶ୍ରୀ ରାଜକିଶୋର ଜୀ,ପୁରି ଜଗନ୍ନାଥ ଧାମରୁ ଆସିଥିବା ସାଧୁ ପ୍ରମୁଖଙ୍କ ଉପସ୍ଥିତି ଏହି କାର୍ଯ୍ୟକ୍ରମକୁ ଆହୁରି ଭକ୍ତିମୟ ପରିବେଶ ସୃଷ୍ଟି କରିଥିଲା. ହଜାର ହଜାର ଭକ୍ତଙ୍କ ଗହଣରେ ପ୍ରାତଃ ସମୟରୁ ଚତୁର୍ଦ୍ଧା ମୂର୍ତ୍ତିଙ୍କ ନୀତିକାନ୍ତି ଯଥାବିଧି ଅନୁଷ୍ଠିତ ହେବା ପରେ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା। ଦେବୀନଦୀରୁ କଳସ ଆସି ସ୍ଥାପନ ହେବା ପରେ ବରୁଣ ଓ ସାହାଡ଼ା ବିବାହ ଅନୁଷ୍ଠିତ ହୋଇଥିଲା।ଦିବା ୧ ଘଟିକାରୁ ଆନନ୍ଦ ବଜାରରେ ପ୍ରସାଦ ସେବନ କାର୍ଯ୍ୟକ୍ରମ ଚାଲୁ ରହିଥିଲା.ରତ୍ନମୁଦ କାର୍ଯ୍ୟ ୪.୧୦ରେ ଆରମ୍ଭ ହୋଇଥିଲା ବେଳେ ରତ୍ନମୁଦରେ ଧାନ, କଉଡ଼ି, ସୁନା, ରୂପା, ତମ୍ବା, କଂସା, ପିତଳ ଆଦି ଧାତୁ ମାନ ଦିଆଯାଇଥିଲା।୫ହଜାରରୁ ଅଧିକ ଭକ୍ତମାନଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା. ସଂନ୍ଧ୍ୟାରେ ଭଜନ ସଂନ୍ଧ୍ୟା କାର୍ଯ୍ୟକ୍ରମ କରାଯାଇଥିଲା.
ଉକ୍ତ ଦିନ ଏକବେରୁଆଁ ସୁଧାନଗର ତଥା ଆଖ ପାଖ ଅଞ୍ଚଳ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିବା ବେଳେ ମଠ ର ଅଧିକାରୀ ଏହି କାର୍ଯ୍ୟକ୍ରମକୁ ସଫଳ କରାଇଥିବା ସମସ୍ତ ଶ୍ରଦ୍ଧାଳୁ ,ଭକ୍ତମାନଙ୍କୁ ସାଧୁବାଦ,ଧନ୍ୟବାଦ ଦେଇ ପ୍ରଭୁଙ୍କ ଶରଣରେ ଚରଣାଶ୍ରିତ ହେଲେ ସମସ୍ତ ଦୁଖ,କ୍ଲେଶ,ସମସ୍ୟାର ସୁଧାର ହେବ ବୋଲି କହିଛନ୍ତି.