ଏରସମା, 08/02/2026, ଉତ୍କଳ voice news - utkalvoicenews.com( ଜିଲ୍ଳା ପ୍ରତିନିଧି ନୃସିଂହ ମଲ୍ଲିକ ଙ୍କ ରିପୋର୍ଟ ) :
ଦହିବର ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷୟତ୍ରୀ ଭାରତୀ ଦାସ ଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ଅନୁଷ୍ଠିତ ହୋଇଯାଇଛି ।ଏଥିରେ ପୂର୍ବତନ CRCC ବୈଷ୍ଣବ ସ୍ୱାଇଁ ସଭାପତିତ୍ଵ କରିଥିଲେ,ମୁଖ୍ୟ ଅତିଥି ଭାବେ ଜପା ଫଚାୟତର ସରପଞ୍ଚ ପ୍ରତିନିଧି ନିଶାକର ରାଉତ, ସମିତି ସଭ୍ୟ ସୁନିଲ କୁମାର ଗଛାୟତ, ପ୍ରାଥମିକ ଶିକ୍ଷାକ ସଂଘର ସଂପାଦକ ବୈଷ୍ଣବ ବିଶ୍ଵାଳ, ଉପସଭାପତି ସରୋଜ କୁମାର ବେହେରା,CRCC ମମତା ସ୍ଵାଇଁ, ବିଦ୍ୟାଳୟ କମିଟି ସଭାପତି ଖୋକନ୍ କର, ସଂଜୟ ମଣ୍ଡଳ, ରବିନ୍ଦ୍ର ନାଥ ଜେନା ପ୍ରଧାନ ଶିକ୍ଷକ ମିହିର ରଂଜନ ଦାସ, ସହକାରୀ ଶିକ୍ଷକ ସୁଧିର ଭୋଇ ସମେତ ବ୍ଳକର ବରିଷ୍ଠ ଶିକ୍ଷକ ଶିକ୍ଷୟତ୍ରୀ, ଗ୍ରାମବାସୀ ପୁରାତନ ଏବଂ ବର୍ତ୍ତମାନ ଛାତ୍ରଛାତ୍ରୀ ଭାଗ ନେଇ ଭାରତୀ ଦାସଙ୍କ ୨୦ ବର୍ଷର ସ୍କୃତି ଚାରଣ କରିଥିଲେ। ସମସ୍ତେ ଦିଦିଙ୍କୁ ଆଗକୁ ବିଦ୍ୟାଳୟରେ ଦେଖିବାକୁ ମିଳିବ ନାହିଁ କହି କାନ୍ଦି ପକାଇଥିଲେ ।ଶେଷରେ ପ୍ରଧାନଶିକ୍ଷକ ଅନ୍ୟବାଦ ଦେଇ ସଭା ସାଂଗ କରିଥିଲେ।