ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ରାହମା ସ୍ଥିତ ଡାଇନାମିକ ଇଂରାଜୀ ମିଡିୟମ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ

ରାହାମା, 08/02/2026, ଉତ୍କଳ voice news - utkalvoicenews.com( ଜଗତସିଂହପୁର ରୁ ରୀତା ସାହୁ ଙ୍କ ରିପୋର୍ଟ ) :
Article Image
ଜଗତସିଂହପୁର ଜିଲ୍ଲା ରାହାମା ଠାରେ ଥିବା ପ୍ରତିଷ୍ଠିତ ଡାଇନାମିକ ଇଂରାଜୀ ମିଡିୟମ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ସଂପାଦକ ଡ଼ଃ ସରୋଜ କୁମାର ସ୍ୱାଇଁଙ୍କ ସଭାପତିତ୍ୱରେ ମୂଖ୍ୟ ଅତିଥୀ ଭାବେ ମହାକାଶ ବିଜ୍ଞାନୀ ତଥା ପଠାଣି ସାମନ୍ତ ପ୍ଲାନେଟୋରୀୟମର ପୂର୍ବତନ ଉପ ନିର୍ଦ୍ଦେଶକ ଡ଼ଃ ଶୁଭେନ୍ଦୁ ପଟ୍ଟନାୟକ ଯୋଗଦେଇ ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ୱଳନ କରି ଏହି ଉତ୍ସବକୁ ଉଦଘାଟନ କରିଥିଲେ । ଏଥିରେ ମୂଖ୍ୟ ବକ୍ତା ଭାବେ ମେଜର ସୁମନ୍ତ କୁମାର ସ୍ୱାଇଁ ଯୋଗ ଦେଇଥିବା ବେଳେ ସମ୍ମାନୀୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଧୃର୍ବ ଚରଣ ସ୍ଵାଇଁ, ବିପିନ କୁମାର ଲେଙ୍କା ଏବଂ ଜବାହର ନବୋଦୟ ବିଦ୍ୟାଳୟର ଶିକ୍ଷକ ସୂର୍ଯ୍ୟକାନ୍ତ ଘଡେଇ ଯୋଗଦେଇଥିଲେ । ଉପସ୍ଥିତ ଅତିଥିମାନେ କୁନି କୁନି ପିଲାମାନଙ୍କୁ ମନଦେଇ ଭଲ ପାଠ ପଢ଼ିବା ସହ ଭଲ ମଣିଷ ହୋଇ, ଏ ଦେଶ ଓ ଜାତିର ମାନ ରଖିବା ପାଇଁ ଦିଗଦର୍ଶନ ଦେଇଥିଲେ । ଏହି ଅବସରରେ ସ୍କୁଲର ଛାତ୍ର ଛାତ୍ରୀ ମାନଙ୍କ ପକ୍ଷରୁ ଦିଲ୍ ସେ ଦିଲ୍ ତକ୍ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟ, ବ୍ଲକ ଏବଂ ଜିଲ୍ଲା ସ୍ତରରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ଵ ଅର୍ଜନ କରିଥିବା ଛାତ୍ର ଛାତ୍ରୀଙ୍କୁ ମୁଖ୍ୟ ଅତିଥୀଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା ।
Article Image
Article Image
Article Image
Article Image
4