ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ନିମିଢ଼ି ପ୍ରୀମିୟର ଲିଗ୍ ଉଦଘାଟିତ

ପାରାଦୀପ ଗଡ , 08/02/2026, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ,କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :
Article Image
ଜଗତସିଂହପୁର ଜିଲ୍ଲା, କୁଜଙ୍ଗ ବ୍ଲକ, ପାରାଦୀପ ଗଡ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ନିମିଢି କ୍ରିକେଟ୍ ଗ୍ରାଉଣ୍ଡ ରେ ପ୍ରଥମ ବାର୍ଷିକ ନିମିଢି ପ୍ରିମିୟର ଲିଗ୍ ସୀମିତ ଓଭର କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇଯାଇଛି l ଉକ୍ତ ଟୁର୍ଣ୍ଣାମେଣ୍ଟରେ ୪ ଟି କ୍ରିକେଟ୍ ଟିମ୍ ଅଂଶ ଗ୍ରହଣ କରିଛନ୍ତି l ପ୍ରତ୍ୟେକ ଟିମ୍ ପରସ୍ପର ମଧ୍ୟରେ ପ୍ରି- କ୍ୱାର୍ଟର ଫାଇନାଲ ଖେଳିବା ପରେ ବିଜୟୀ ଟିମ୍ ମାନେ ସେମି ଫାଇନାଲ୍ ରେ ପ୍ରବେଶ କରିବେ l ଆସନ୍ତା ରବି ବାର ଦିନ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହେବ ବୋଲି ଜଣାପଡିଛି l ଉକ୍ତ ଉଦ୍ଘାଟନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ବରିଷ୍ଟ ଆଇନଜୀବୀ ଶ୍ରୀଯୁକ୍ତ ସଞ୍ଜୟ କୁମାର ବେହେରା ଯୋଗଦେଇ କ୍ରୀଡ଼ା ପତାକା ଉତ୍ଵଳନ କରି ଆନୁଷ୍ଠାନିକ ଭାବେ ଟୁର୍ଣ୍ଣାମେଣ୍ଟ କୁ ଉଦ୍ଘଟାନ କରିଥିଲେ l ସମ୍ମାନିତ ଅତିଥି ଭାବେ ବିଜେପି ମଣ୍ଡଳ ସଭାପତି ଶ୍ରୀଯୁକ୍ତ ଗଗନ ବିହାରୀ ରାଉତ, ଶ୍ରମିକ ନେତା ଗୋଲେଖ ନାୟକ, ଅନନ୍ତ ବିଶ୍ବାଳ, ଅଲେଖ ମହାରଥା, ପରୀକ୍ଷିତ ସେନାପତି, ବାବୁଲି ନାୟକ ପ୍ରମୁଖ ଯୋଗଦେଇଥିଲ l ଜୟନ୍ତ ସେନାପତି ସଭା ପରିଚାଳନା କରିଥିଲେ l
Article Image
Article Image
Article Image
5