ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ସାଇପ୍ରିୟା ୱାକର୍ସ କ୍ଲବର ସଦସ୍ୟ ମାନଙ୍କ ଦ୍ଵାରା ପୁଣି ଏକ ସ୍ୱଚ୍ଛ ଭାରତ ଅଭିଯାନ

ରାୟଗଡ଼ା, 09/02/2026, ଉତ୍କଳ voice news - utkalvoicenews.com( ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) :
Article Image
ଆଉ ଏକ ସ୍ୱଚ୍ଛଭାରତ ଅଭିଯାନ କାର୍ଯ୍ୟକ୍ରମ ସାଇଇଣ୍ଟରନେସନାଲ ହୋଟେଲ ନିକଟସ୍ତ ଶୈବପୀଠ ରେ ସାଇପ୍ରିୟା ୱାକର୍ସ କ୍ଲବ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଅଛି.
Article Image
ଏହି କାର୍ଯ୍ୟ କ୍ରମ ସାଇପ୍ରିୟା ୱାକର୍ସ କ୍ଲବ ର ପ୍ରତିଷ୍ଠାତା ୱାକର. ସୁବାଷ ବେହେରା, ଉପଦେଷ୍ଟା ୱାକର. ଦେବରାଜ ପଣ୍ଡା ଓ ଆଞ୍ଚଳିକ ସଭାପତି ୱାକର. ଡକ୍ଟର ଏମ. ସୁରେଶ କୁମାର ଙ୍କ ପରାମର୍ଶ କ୍ରମେ କ୍ଲବ ର ସଭାପତି ୱାକର. ଜୟକୃଷ୍ଣ ପ୍ରଧାନଙ୍କ ନିର୍ଦେଶ କ୍ରମେ ଓ ୱାକର. ସନ୍ୟାସୀ ପାଣିଗ୍ରାହୀ ଙ୍କ ନେତୃତ୍ୱ ରେ ଅନ୍ୟୁନ 30 ଜଣ ୱାକର ଭାଇ ଯଥା ୱାକର. ଜଗନ୍ନାଥ ନାୟକ (ସମ୍ପାଦକ ), ୱାକର. କେ.ବୈକୁଣ୍ଠ ରାଓ (କୋଷାଧକ୍ଷ ), ଲାଲ ମୋହନ ବେହେରା (ଉପାସପତି -1),ବିପ୍ର ଚରଣ ବ୍ରମ୍ହା ଉପସଭାପତି-2), ୱାକର.ପୋଟେଶୁ. ସୁରେଶ (ଅତିରିକ୍ତ ସମ୍ପାଦକ ), ୱାକର.ଟି. ଏନ. ରାଓ, ୱାକର. ସୁରେନ୍ଦ୍ର କୁମାର ସାହୁ, ୱାକର. ହୃଦୟାନନ୍ଦ ଆଚାର୍ଯ୍ୟ, ୱାକର. ସୁରୁ ଆପ୍ପଲାରାଜୁ, ୱାକର.ଟି. ଚନ୍ଦ୍ରମୋୖଳି, ୱାକର. କେ. ରମେଶ, ୱାକର. କେ ଧର୍ମରାଜୁ (ପି. ଆର. ଓ ), ୱାକର. ଭି. ଜେ. ଆର. ପଟ୍ଟନାୟକ, ୱାକର. ଏଲ. କେ. ପଣ୍ଡା, ୱାକର. ବି. ଏମ. ଆର. ପଟ୍ଟନାୟକ,ୱାକର. ସହଦେଵ ବେହେରା, ୱାକର. ପଦ୍ମନାଭ ତାଡିଙ୍ଗି ଇତ୍ୟାଦି ଅନେକ ସଦସ୍ୟ ସମିଳିତ ହୋଇ ଘ 7.00ମିନିଟ ଠାରୁ ଘ 9.20 ମିନିଟ ସମୟ ପ୍ରାୟ ଘ 2. 20 ମିନିଟ କାଳ ସମସ୍ତ ମନ୍ଦିର ପ୍ରାଙ୍ଗଣ ତଥା ଆଖପାଖ ଅଞ୍ଚଳ କୁ ସଫା ସୁତୁରା କରି ଅଳିଆ ଆବର୍ଜନା କୁ ନେଇ ଅନତି ଦୂରରେ ଗୋଟିଏ ଜାଗାରେ ଯମାକରି ନିଆଁ ଲଗାଇ ପୋଡି ଦେଇଥିଲେ. ଏହି କାର୍ଯ୍ୟକ୍ରମରେ ସାଇପ୍ରିୟା ନଗର କିଛି ଉଦୀୟମାନ ଯୁବକ ତଥା କିଛି ଶ୍ରଦ୍ଧାଳୁ ମଧ୍ୟ ସହଯୋଗର ହାତ ବଢାଇବା ସହ ଏହି ଜନହିତକର କାର୍ଯ୍ୟ ପାଇଁ ଉତ୍ସସିତ ପ୍ରଶଂସା କରିଥିଲେ. ଏଠାରେ ଉଲେଖ୍ୟ ଯୋଗ୍ୟ ବିଷୟ ଏହିକିଯେ ସାଇପ୍ରିୟା ୱାକର୍ସ କ୍ଲବ ଅବୀରତ ଭାବେ ସମାଜ ସେବା ସହ ଜନମଙ୍ଗଳ କାର୍ଯ୍ୟ ଅତି ଯତ୍ନ ଓ ସୁନ୍ଦର ଭାବରେ ବହୁ ଦିନରୁ ଜାରିରଖିଛି. ଫଳ ସ୍ୱରୂପ ସାଇପ୍ରିୟା ୱାକର୍ସ କ୍ଲବ ଟି ଏତେ ଗୁଡ଼ାଏ ସ୍ନେହ, ପ୍ରେମ ଓ ପ୍ରଶଂସାର ପାତ୍ର ହେଇପାରିଛି.
Article Image
Article Image
5